ନୂଆଦିଲ୍ଲୀ: ସମ୍ବାଦ ଉପସ୍ଥାପକଙ୍କୁ ଦୁର୍ବବ୍ୟହାର କରି ଫସିଛନ୍ତି କମେଡିଆନ କୁଣାଲ କାମରା । ଏୟାର ଇଣ୍ଡିଆ ସମେତ ଅନ୍ୟ ଫ୍ଲାଇଟ୍ ଏଜେନ୍ସି କୁଣାଲ କାମରାଙ୍କ ବିଦେଶ ଯାତ୍ରାରେ 6 ମାସ ଯାଏଁ ରୋକ ଲଗାଇଦେଇଛନ୍ତି । ତେବେ ଏହାର ପରିଣାମ ଜଣେ ବ୍ୟକ୍ତିଙ୍କୁ ଭୋଗିବାକୁ ପଡିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କୁଣାଲ କାମରା ନାମକ ଆଉ ଜଣେ ବ୍ୟକ୍ତିଙ୍କୁ ଏୟାର ଇଣ୍ଡିଆର ବିମାନ ଟିକେଟ ମଧ୍ୟ କ୍ୟାନ୍ସଲ୍ ହୋଇଯାଇଥିବାବେଳେ ତାଙ୍କୁ ବୋର୍ଡିଂ କରିବାକୁ ଅନୁମତି ଦିଆଯାଇନି ।
ଯାତ୍ରୀଙ୍କ ନାମ ‘କୁଣାଲ କାମରା’ ହେବାରୁ କ୍ୟାନ୍ସଲ୍ ହେଲା ଏୟାର ଇଣ୍ଡିଆ ଟିକେଟ
ସମ୍ବାଦ ଉପସ୍ଥାପକଙ୍କୁ ଦୁର୍ବବ୍ୟହାର କରି ଫସିଛନ୍ତି କମେଡିଆନ କୁଣାଲ କାମରା । ଏୟାର ଇଣ୍ଡିଆ ସମେତ ଅନ୍ୟ ଫ୍ଲାଇଟ୍ ଏଜେନ୍ସି କୁଣାଲ କାମରାଙ୍କ ବିଦେଶ ଯାତ୍ରାରେ 6 ମାସ ଯାଏଁ ରୋକ ଲଗାଇଦେଇଛନ୍ତି । ତେବେ ଏହାର ପରିଣାମ ଜଣେ ବ୍ୟକ୍ତିଙ୍କୁ ଭୋଗିବାକୁ ପଡିଛି । ଅଧିକ ପଢନ୍ତୁ...
ଏୟାର ଇଣ୍ଡିଆ କହିବାନୁସାରେ,‘ କାମରାଙ୍କୁ ଏୟାର ଇଣ୍ଡିଆରେ ପ୍ରତିବନ୍ଧ ଲାଗିଛି । ଫଳରେ ସିଷ୍ଟମ କାମରା ନାମକୁ ଖାରିଜ କରିଦେଇଛି । ଯାତ୍ରୀଙ୍କ ସମସ୍ତ କାଗଜପତ୍ରକୁ ଯାଞ୍ଚ କରିବା ପରେ ବିମାନରେ ଯିବା ପାଇଁ ଅନୁମତି ଦେବ’ ।
ପ୍ରକାଶଥାଉକି, କମେଡିଆନ କୁଣାଲଙ୍କ ଆରୋପ ଅଛି କି ସେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଦୁର୍ବବ୍ୟବହାର କରିଛନ୍ତି । ମୁମ୍ବାଇରୁ ଲକ୍ଷ୍ନୌ ଯିବା ବେଳେ ଏହି ବିବାଦ ଦେଖିବାକୁ ମିଳିଥିଲା । ଏହାପରେ ଇଣ୍ଡିଗୋ 6 ମାସ ପର୍ଯ୍ୟନ୍ତ ଯାତ୍ରା ଉପରେ ରୋକ ଲଗାଇଥିବାବେଳେ ଏୟାର ଇଣ୍ଡିଆ ଆଗାମୀ ଆଦେଶ ପର୍ଯ୍ୟନ୍ତ କୁଣାଲଙ୍କ ଯାତ୍ରା ଉପରେ ରୋକ ଲଗାଇଛି ।