ଓଡିଶା

odisha

ETV Bharat / sitara

ଆରପାରିରେ ଅଭିନେତା ଅମନଙ୍କ ମା', ଶୋକରେ ପରିବାର - ଅଭିନେତ୍ରୀ ହିନା ଖାନ ନିଜ ପିତା ଦେହାନ୍ତ

ଆଖି ବୁଜିଲେ ଅମନଙ୍କ ମା' । ସୋସିଆଲ ମିଡିଆରେ ଏହି ଦୁଃଖ ଖବର ସେୟାର କରି ଭାବବିହ୍ବଳ ହୋଇପଡିଛନ୍ତି ଅଭିନେତା । ଅଧିକ ପଢନ୍ତୁ...

ଆରପାରିରେ ଅଭିନେତା ଅମନଙ୍କ ମା'
ଆରପାରିରେ ଅଭିନେତା ଅମନଙ୍କ ମା'

By

Published : Apr 22, 2021, 12:26 PM IST

ମୁମ୍ବାଇ: ଏହି ସମୟରେ ଲାଗୁଛି ଯେପରି ସମସ୍ତଙ୍କ ଖୁସିରେ କାହାରି କାଳ ନଜର ଲାଗିଯାଇଛି । ଗୋଟିଏ ପଟେ କୋରୋନାର ତାଣ୍ଡବ ଅନ୍ୟପଟେ ଦୁନିଆ ଛାଡି ଚାଲିଯାଉଛନ୍ତି ଅନେକ ଲୋକ । କିଛି ଦିନ ପୂର୍ବରୁ ଅଭିନେତ୍ରୀ ହିନା ଖାନ ନିଜ ପିତାଙ୍କୁ ହରାଇଥିବା ବେଳେ ଏବେ ଫେମସ ଆକ୍ଟର ଅମନ ବର୍ମାଙ୍କ ମା'ଙ୍କ ଦେହାନ୍ତ ହୋଇଛି । ଗତ 18 ତାରିଖରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ସେ।

ଅଭିନେତା ନିଜ ସୋସିଆଲ ମିଡିଆରେ ମା'ଙ୍କ ଏକ ଫଟୋ ପୋଷ୍ଟ କରି ଭାବବିହ୍ବଳ ନୋଟ ଲେଖିଛନ୍ତି । ଯାହା ବର୍ତ୍ତମାନ ଫ୍ୟାନ୍ସଙ୍କୁ ମଧ୍ୟ ଦୁଃଖି କରିଦେଇଛି । ସେହିପରି ସେ ନୋଟରେ ଲେଖିଛନ୍ତି, ଜୀବନ ଏକ ପୂର୍ଣ୍ଣ ସର୍କଲରେ ଆସୁଛି । ମୁଁ ତୁମ ସମସ୍ତଙ୍କୁ ଦୁଃଖଭରା ହୃଦୟରେ କହୁଛି ଯେ ମୋ ମା'ଙ୍କ ଦେହାନ୍ତ ହୋଇଛି। ଦୟାକରି ତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରନ୍ତୁ ।’

ସେପଟେ ବର୍ତ୍ତମାନ ଏହି ଦୁଃଖ ଖବର ଶୁଣି ସୋସିଆଲ ମିଡିଆରେ ତାଙ୍କ ମା'ଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବାର ନଜର ଆସୁଛନ୍ତି ସେଲିବ୍ରିଟି ଫ୍ରେଣ୍ଡ । ଏହି କ୍ରମରେ ସାମିଲ ଅଛନ୍ତି ବିନ୍ଦୁ ଦାରା ସିଂ, ଡେଲନାଜ ଇରାନୀ, ଜସବୀର କୌର, ଶିବାନୀ ଗୋସାଈ, ଶ୍ବେତା ଗୁଲାଟି ଭଳି କଳାକାର ।

ABOUT THE AUTHOR

...view details