ମୁମ୍ବାଇ: ଫେମସ ୱେବସିରିଜ ‘ଫୋର ମୋର ଶଟ୍ସ ପ୍ଲିଜ’ର ପ୍ରଥମ ସିଜିନ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିବାବେଳେ ଖୁବ ଶିଘ୍ର ରିଲିଜ ହେବାକୁ ଯାଉଛି ସିଜିନ 2 । ଆଉ ଏହି ଖୁସି ଖବର ଦେଇଛି ଆମାଜନ ପ୍ରାଇମ ।
ଆସୁଛି ‘ଫୋର ମୋର ଶଟ୍ସ ପ୍ଲିଜ’ ସିଜନ 2 - season 2
ଆଜିକାଲି ୱେବସିରିଜର ଚାହିଦା ବଢୁଥିବାବେଳେ ଆମାଜନ ପ୍ରାଇମରେ ପ୍ରସାରିତ ‘ଫୋର ମୋର ଶଟ୍ସ ପ୍ଲିଜ’ ପାଇଁ ପାଗଳ ଥିଲେ ଯୁବପିଢି । ତେବେ ଆଗାମୀ ସିଜନକୁ ସମସ୍ତେ ଚାତକ ପରି ଚାହିଁବସିଥିବାବେଳେ ଏବେ ସିଜନ 2 ଆସିବାକୁ ପ୍ରସ୍ତୁତ ବୋଲି ଘୋଷଣା କରିଛି ଆମାଜନ ପ୍ରାଇମ ।

ୱେବସିରିଜଟି ‘ସେକ୍ସ ଆଣ୍ଡ ଦି ସିଟି’ର ହିନ୍ଦୀ ଭର୍ସନ । ପ୍ରଥମ ସିଜନ ପରି ଦ୍ବିତୀୟ ସିଜନରେ ମଧ୍ୟ ଅଭିନେତ୍ରୀ ସୟାନୀ ଗୁପ୍ତା, କିର୍ତ୍ତୀ କୁଲହାରୀ, ବାନୀ ଜେ ଓ ମାନବୀ ମୁଖ୍ୟ ଭୂମିକାରେ ନଜର ଆସିବେ । ସୋସିଆଲ ମିଡିଆରେ ସିଜନ 2ର ଘୋଷଣା କରି ଆମାଜନ ପ୍ରାଇମରେ ଲେଖାଯାଇଛି, ସେମାନେ ଯେବେ କେବଳ ଗୋଟିଏ ରାଉଣ୍ଡ କୁହନ୍ତି, ସମସ୍ତେ ଜାଣନ୍ତି ଯେ ସେମାନେ ମିଛ କହୁଛନ୍ତି । ‘ଫୋର ମୋର ଶଟ୍ସ ପ୍ଲିଜ’ ବ୍ରାଣ୍ଡ ନ୍ୟୁ ସିଜନ ଆସିବା ପାଇଁ ପ୍ରସ୍ତୁତ ।
ପ୍ରକାଶ ଥାଉକି, ପ୍ରିତିଶ ନନ୍ଦାଙ୍କ ନିର୍ମିତ ‘ଫୋର ମୋର ଶଟ୍ସ ପ୍ଲିଜ’ ଚାରି ଜଣ ଝିଅଙ୍କ କାହାଣୀ ଅଟେ । ସିରିଜରେ ଚାରି ଅଭିନେତ୍ରୀଙ୍କ ଛଡା ପ୍ରତିକ ବବ୍ବର, ନୁଲ ଭୋପାଲମ, ଲିଜା ରେ, ମିଲିନ୍ଦ ସୋମନ, ଅମୃତା ପୁରୀ ଓ ସପନା ପବ୍ବୀ ମଧ୍ୟ ନଜର ଆସିବେ । ପୂର୍ବ ସିଜନ ବନ୍ଧୁତା ଓ ପ୍ରେମକୁ ନେଇ ନଜର ଆସିଥିବାବେଳେ ଏଥର କ୍ୟାରିୟର, ବନ୍ଧୁତା, ପ୍ରେମ, ପ୍ରତାରଣାକୁ ନେଇ ଗଢିଉଠିଛି କାହାଣୀ ।