ମୁମ୍ବାଇ: ଗତବର୍ଷ ଲକଡାଉନ ସମୟରେ ଛୋଟ ପରଦାରେ ରେକର୍ଡ ଭାଙ୍ଗିଥିଲା ରାମାନନ୍ଦ ସାଗରଙ୍କ ‘ରାମାୟଣ’ । ପୁଣି ଥରେ ପରଦାରେ ଦେଖିବାକୁ ମିଳିବ ‘ରାମାୟଣ’ର ଦମଦାର କାହାଣୀ । କାରଣ ଷ୍ଟାର ଭାରତରେ ପୁନଃ ପ୍ରସାରିତ ହେବାକୁ ଯାଉଛି ଏହି ଧାରାବାହିକ। ଚଳିତ ବର୍ଷ କୋରୋନା ପ୍ରକୋପ ଦେଖିବାକୁ ମିଳୁଛି। ଦେଶର ଅନେକ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଏବଂ ୱିକେଣ୍ଡ୍ ଲକଡାଇନ ଘୋଷଣା କରାଯାଇଛି। ଏଭଳି ପରିସ୍ଥିତିରେ ଦର୍ଶକ ନିଜ ଫେଭରେଟ ଶୋ ଦେଖିବାକୁ ଦାବି କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ‘ରାମାୟଣ’ର ପୁନଃ ପ୍ରସାରଣ କରିବାକୁ ଯାଉଛନ୍ତି ମେକର୍ସ । ସେପଟେ ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ସିରିୟଲର ସୀତା ତଥା ଅଭିନେତ୍ରୀ ଦୀପିକା ଚିଖାଲିଆ ।
‘ରାମାୟଣ’ର ପୁନଃପ୍ରସାରଣକୁ ନେଇ ଖୁସି ପ୍ରକାଶ କଲେ ଟିଭିର ସୀତା - ରାମାନନ୍ଦ ସାଗରଙ୍କ ‘ରାମାୟଣ’
ଭାଇରାଲ ହେଲା ଦୀପିକାଙ୍କ ସୋସିଆଲ ମିଡିଆ ପୋଷ୍ଟ । ‘ରାମାୟଣ’ର ପୁନଃ ପ୍ରସାରଣକୁ ନେଇ ତାଙ୍କ ଖୁସି ନକହିଲେ ସରେ । ଅଧିକ ପଢନ୍ତୁ...

ସେ ଇନଷ୍ଟାଗ୍ରାମରେ ସୀତା ଅବତାରରେ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ମୁଁ ବହୁତ ଆନନ୍ଦ ଏବଂ ଉତ୍ସାହର ସହିତ ସୂଚନା ଦେଉଛି ଯେ ରାମାୟଣ ଚଳିତ ବର୍ଷ ପୁଣି ଥରେ ଛୋଟ ପରଦାରେ ପ୍ରସାରିତ ହେବେ। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାମାୟଣକୁ ଉପଭୋଗ କରିପାରିବେ ସମସ୍ତେ । ଏହି ଶୋ କେବଳ ମୋ ଜୀବନ ନୁହେଁ, ହଜାର ହଜାର ଭାରତୀୟ ପରିବାରର ଏକ ବଡ ଅଂଶ ବୋଲି ପ୍ରମାଣିତ ହୋଇଛି । ରାମାୟଣରୁ ଜ୍ଞାନ ବାଣ୍ଟନ୍ତୁ, ଏହାକୁ ଆମ ସମ୍ପ୍ରଦାୟର ଏକ ଅଂଶ କରନ୍ତୁ ଏବଂ ଭବିଷ୍ୟତର ପିଢି ସହିତ ଏହି ଜ୍ଞାନ ବାଣ୍ଟନ୍ତୁ ।’
ପ୍ରକାଶ ଥାଉକି 1987ରେ ପ୍ରଥମଥର ‘ରାମାୟଣ’ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା । ଯାହା ସେହି ସମୟର ସବୁଠାରୁ ବଡ ଲୋକପ୍ରିୟତା ଧାରାବାହିକ ଥିଲା ।