ମୁମ୍ବାଇ: ନିକଟରେ କୋରୋନା ସଂକ୍ରମିତ ହୋଇଥିଲେ ବିଗବସ ଫେମ ଅର୍ଶୀ ଖାନ । ହେଲେ ଏବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଖୁସି ଖବର । କାରଣ ନେଗେଟିଭ ଆସିଛି ତାଙ୍କ କୋରୋନା ରିପୋର୍ଟ । ହେଲେ ବର୍ତ୍ତମାନ ସେ କାମକୁ ଫେରିବେ ନାହିଁ । ଆଉ କିଛି ଦିନ ପରେ ସେ କାମକୁ ଫେରିବେ ବୋଲି ଜଣାଇଛନ୍ତି ।
ସେହିପରି ସେ କୋରୋନା ମୁକ୍ତ ହେବା ସୂଚନା ଦେଇ କହିଛନ୍ତି, ‘ଭଗବାନଙ୍କୁ ଧନ୍ୟବାଦ ମୋ କୋରୋନା ରିପୋର୍ଟ ବର୍ତ୍ତମାନ ନେଗେଟିଭ ଆସିଥିବାରୁ । ମୁଁ ସୁସ୍ଥ ଖାଦ୍ୟ ଖାଇବା ସହ ନିଜର ଭଲ ରୂପେ ଯତ୍ନ ନେଇଥିଲେ । ମୁଁ ମୋ ଖାଦ୍ୟରେ ଅଧିକ ଫଳ, ଜୁସ୍ ଏବଂ କୋରୋନା ମେଡିସିନ ଖାଉଥିଲି । ଯାହାଦ୍ବାରା ଆଜି ମୁଁ ସୁସ୍ଥ ହୋଇପାରିଛି ।’