ଓଡିଶା

odisha

ETV Bharat / sitara

ଏଜାଜଙ୍କ ଯୌନ ଶୋଷଣ ସିକ୍ରେଟ ଉପରେ ପ୍ରତିକ୍ରିୟା ରଖିଲେ ପିତା - ରିୟାଲିଟି ଶୋ ବିଗବସ 14

କିଛି ଦିନରୁ ନିଜ ଯୌନ ଶୋଷଣ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ ଅଛନ୍ତି ଏଜାଜ । ସେ ‘ବିଗବସ’ ହାଉସରେ ଏହି କଥାର ଖୁଲାସା କରିଥିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏଜାଜ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏଜାଜ ଖାନ

By

Published : Dec 28, 2020, 11:53 AM IST

ମୁମ୍ବାଇ: ଆକ୍ଟର ଏଜାଜ ଖାନ ବର୍ତ୍ତମାନ ‘ବିଗବସ 14’ ହାଉସରେ ନିଜ ଯାଦୁ ଦେଖାଇବାରେ ଲାଗିଛନ୍ତି । ସେ ଯେବେଠୁ ଦେଶର ସବୁଠାରୁ ବଡ ରିୟାଲିଟି ଶୋରେ ନିଜ ସିକ୍ରେଟ ସେୟାର କରିଛନ୍ତି, ସେହି ସମୟଠୁ ନେଇ ଏଯାବତ ତାଙ୍କ ଫ୍ୟାନ୍ସ ଚିନ୍ତିତ ନଜର ଆସୁଛନ୍ତି । କାରଣ ସେ ନିଜ ସିକ୍ରେଟ ବିଷୟରେ ଖୁଲାସା କରି ଜଣାଇଥିଲେ ଯେ ପିଲାବେଳେ ତାଙ୍କ ସହ ଯୌନ ଶୋଷଣ ହୋଇଥିଲା । ତାଙ୍କ ଜୀବନର ଏହା ଏମିତି ଏକ କଥା ଯାହା ତାଙ୍କ ପିତାଙ୍କୁ ମଧ୍ୟ ଜଣାନାହିଁ । ସେମିତିରେ ଏଜାଜଙ୍କୁ ମଧ୍ୟ ଏହି ଚିନ୍ତା ଥିଲା ଯେତେବେଳେ ତାଙ୍କ ପିତା ଏହି କଥା ଜଣିବେ ତେବେ କିପରି ପ୍ରତିକ୍ରିୟା ଦେବେ ।

ସେପଟେ ତାଙ୍କ ଭାଇ ଇମରାନ ଖାନ ଏହି କଥା ଉପରେ ପ୍ରଥମଥର ପ୍ରତିକ୍ରିୟା ରଖିଛନ୍ତି । ଆଉ ଜଣାଉଛନ୍ତି ଏଜାଜଙ୍କ ଏହି ଖୁଲାସା ଉପରେ ପିତା କହିଛନ୍ତି, ‘ଆମକୁ ବହୁତ ଦୁଃଖ ଅନୁଭବ ହେଲା ଯେତେବେଳେ ଆମେ ଏହା ଶୁଣିଲୁ ।’

ସେହିପରି ଇମରାନ କହିଛନ୍ତି,‘ ମୁଁ ଆଶା କରୁଛି ଯେ ଯେତେବେଳେ ଏଜାଜ ଭାଇ ବାହାରକୁ ଆସିବେ,ପିତା ତାଙ୍କ ସହ କଥା ହେବେ । ଆମେ ଏକ ପରିବାର ଭାବରେ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁ । ଏହା ଏକ ଅତ୍ୟନ୍ତ ବ୍ୟକ୍ତିଗତ ପ୍ରସଙ୍ଗ ଯାହା ବିଷୟରେ ମୁଁ ମୋ ବାପାଙ୍କ ସହ କଥାବାର୍ତ୍ତା ମଧ୍ୟ କରି ନାହିଁ ।’

ABOUT THE AUTHOR

...view details