ଓଡିଶା

odisha

ଅଭିନେତା ଏଜାଜ ଖାନ୍ କୋରୋନା ପଜିଟିଭ୍

By

Published : Apr 5, 2021, 11:23 AM IST

ଏଜାଜ ଖାନ୍ କୋରୋନା ପଜିଟିଭ୍ । ସଂକ୍ରମିତ ଚିହ୍ନଟ ହେବା ପରେ ଏଜାଜଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗତ ଶନିବାର ଏଜାଜଙ୍କୁ ଡ୍ରଗ୍ସ କାରବାର ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଥିଲା । ଅଧିକ ପଢନ୍ତୁ...

ଅଭିନେତା ଏଜାଜ ଖାନ୍ କୋରୋନା ପଜିଟିଭ୍
ଅଭିନେତା ଏଜାଜ ଖାନ୍ କୋରୋନା ପଜିଟିଭ୍

ମୁମ୍ବାଇ: ଅଭିନେତା ଏଜାଜ ଖାନ୍ କୋରୋନା ପଜିଟିଭ୍। ସଂକ୍ରମିତ ଚିହ୍ନଟ ହେବା ପରେ ଏଜାଜଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗତ ଶନିବାର ଏଜାଜଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ବାରା ଡ୍ରଗ୍ସ କାରବାର ପାଇଁ ଗିରଫ କରାଯାଇଛି । ଏପଟେ ଏଜାଜଙ୍କ ମାମଲାର ତଦନ୍ତ କରୁଥିବା ଅଫିସର ମଧ୍ୟ କୋଭିଡ୍ ଟେଷ୍ଟ କରାଇଛନ୍ତି।

ଅଭିନେତା ଏଜାଜ ଖାନ୍ କୋରୋନା ପଜିଟିଭ୍

ସୂଚନା ଥାଉକି, ଏନସିବି ଶନିବାର ଟିଭି ଆକ୍ଟର ଏଜାଜ ଖାନଙ୍କ ଅନ୍ଧେରୀ ଏବଂ ଲୋଖଣ୍ଡୱାଲାସ୍ଥିତ ଘରେ ଚଢ଼ାଉ କରିଥିଲା । ଏହାସହ ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଥିଲା । ଅଧିକ ପଚରାଉଚରା ପାଇଁ ଏନସିବି ଏଜାଜଙ୍କୁ ହେପାଜତକୁ ନେଇଛି।

ମିଳିଥିବା ଖବର ଅନୁସାରେ ଏଜାଜଙ୍କ ବାସଭବନରେ ଜଣେ ବିଦେଶୀ ମହିଳା ତାଙ୍କ ପାଖରେ ରହୁଥିଲେ। ହେଲେ ବାସଭବନରେ ରେଡ ହେବା ପୂର୍ବରୁ ସେ ଖସି ପଳାଇଛନ୍ତି। ବର୍ତ୍ତମାନ ଏନସିବି ଉକ୍ତ ମହିଳାଙ୍କୁ ଖୋଜୁଛି। ଏହି ସମୟରେ ଏନସିବି ମୁମ୍ବାଇର ସବୁଠୁ ବଡ଼ ଡ୍ରଗ୍ସ ସପ୍ଲାୟର ଫାରୁକ ବଟାଟାର ପୁଅ ଶାଦାବକୁ ଗିରଫ କରିବା ସମୟରେ ତା’ଠାରୁ ୨ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛି।

ABOUT THE AUTHOR

...view details