ମୁମ୍ବାଇ: ଆମାଜନ ପ୍ରାଇମ ଭିଡିଓ ଘୋଷଣା କରିଛନ୍ତି ଯେ ବହୁ ପ୍ରତିକ୍ଷିତ ଆମାଜନ ଅରିଜିନାଲ ସିରିଜ 'ବ୍ରିଦ: ଇନ ଦ ସାଡୋଜ' ଜୁଲାଇ 10, 2020 ରେ ମୁକ୍ତିଲାଭ କରିବ ।
ଏହି ଧାରାବାହିକ ସହିତ ଦକ୍ଷିଣ ଭାରତର ପ୍ରମୁଖ ଅଭିନେତା ନିତ୍ୟା ମେନନ୍ ମଧ୍ୟ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରୁଛନ୍ତି । ସାୟମି ଖେର ମଧ୍ୟ ଏକ ମୁଖ୍ୟ ଚରିତ୍ର ସହିତ ଏଥିରେ ଯୋଗ ଦେଇଛନ୍ତି । ଏହା ବିଶ୍ବର 200 ରୁ ଅଧିକ ଦେଶରେ କେବଳ ଆମାଜନ ପ୍ରାଇମ ଭିଡିଓରେ ଲଞ୍ଚ ହେବ ।
ଆମାଜନ ପ୍ରାଇମ ଭିଡିଓରୁ ଇଣ୍ଡିଆ ଅରିଜିନାଲ ପ୍ରମୁଖ ଅପର୍ନା ପୁରୋହିତ କହିଛନ୍ତି, ଅଭିଷେକ ବଚ୍ଚନ, ଅମିତ ସାଧ, ନିତ୍ୟା ମେନନ୍ ଏବଂ ସାୟମି ଖେରଙ୍କ ସମେତ ଅନ୍ୟ କଳାକାରଙ୍କ ସହ ଏହି ନୂଆ ଶୋ 'ବ୍ରିଦ: ଇନ ଦ ସାଡୋଜ' ଉପସ୍ଥାପନ କରିବାକୁ ନେଇ ଆମେ ବହୁତ ଉତ୍ସାହିତ । ଆମେ ନିଶ୍ଚିତ ଯେ ସମଗ୍ର ଭାରତ ସମେତ ସମଗ୍ର ବିଶ୍ୱରେ ଆମର ଦର୍ଶକମାନେ ଏହି ସିରିଜକୁ ପସନ୍ଦ କରିବେ ।