ମୁମ୍ବାଇ: ଟିଭିର ଫେମସ ଅଭିନେତ୍ରୀ ଶ୍ବେତା ତିୱାରୀ ଓ ତାଙ୍କ ସ୍ବାମୀ ଅଭିନବ କୋହଲିଙ୍କ ଝଗଡା ଥମିବାର ନାଁ ନେଉନାହିଁ । ଗୋଟିଏ ପଟେ ଅଭିନବ ସୋସିଆଲ ମିଡିଆରେ ଏହା କହିବାକୁ ଚେଷ୍ଟା କରୁଛନ୍ତି ଯେ ସେ ପତ୍ନୀ ଶ୍ବେତାଙ୍କ ସହ ସମ୍ପର୍କରେ ଅଛନ୍ତି । ସେହିପରି ଅନ୍ୟପଟେ ଶ୍ବେତା ଅନେକଥର କହିସାରିଲେଣି ସେ ଅଭିନବଙ୍କ ଠାରୁ ଅଲଗା ରହୁଛନ୍ତି । ଯାହାପରେ ଅଭିନବ ସୋସିଆଲ ମିଡିଆରେ ହ୍ବାଟ୍ସଅପର କିଛି ସ୍କ୍ରିନସଟ ମଧ୍ୟ ସେୟାର କରି ଜଣାଇବାକୁ ଯେ ଶ୍ବେତା ମିଛ କଥା କହୁଛନ୍ତି । ଇତିମଧ୍ୟରେ ସେ ଶ୍ବେତାଙ୍କ ବିଷୟରେ ଏମିତି କଥା କହିଛନ୍ତି । ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ।
ଶ୍ବେତାଙ୍କ ଉପରେ ଆଶ୍ଚର୍ଯ୍ୟକର ଅଭିଯୋଗ ଆଣିଲେ ଅଭିନବ
ପୁଣି ଚର୍ଚ୍ଚାରେ ଶ୍ବେତା ଓ ଅଭିନବଙ୍କ ବୈବାହିକ ଜୀବନ । ଏଥର ଶ୍ବେତାଙ୍କ ଉପରେ ଅଭିଯୋଗ ଲଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଅଭିନବ ।
ଏକ ସାକ୍ଷାତକାରରେ ଯୋଗ ଦେଇ ଅଭିନବ କହିଥିଲେ ଯେ ଶ୍ବେତା ତାଙ୍କୁ ପିଲାଙ୍କ ସହ ସାକ୍ଷାତ କରିବାକୁ ମଧ୍ୟ ଦେଉନାହାଁନ୍ତି । ଏହାସହ ସେ ଅଭିଯୋଗ ଲଗାଇଥିଲେ ଯେ ଶ୍ବେତା ତାଙ୍କ ସହ ଚାକର ଭଳି ବ୍ୟବହାର କରୁଛନ୍ତି ।
ସେ 2020 ପର୍ଯ୍ୟନ୍ତ ଶ୍ବେତାଙ୍କ ସମ୍ପର୍କରେ ଥିଲେ । ସେହି ସମୟରେ ସେ ଶ୍ବେତାଙ୍କ ସହ ପିଲାଙ୍କର ମଧ୍ୟ ଧ୍ୟାନ ରଖୁଥିଲେ । ଝିଅ ପଲକଙ୍କ ସବୁ ଆବଶ୍ୟକକୁ ସେ ପୂରଣ କରୁଥିଲେ । ଶ୍ବେତା ତାଙ୍କ ପୁଅ ରେୟାଂଶଙ୍କ ସହ ମଧ୍ୟ ସାକ୍ଷାତ କରିବାକୁ ଦେଉନାହାଁନ୍ତି । ବର୍ତ୍ତମାନ ସେ ଚାହୁଁଛନ୍ତି କୌଣସି ମାନବ ଅଧିକାର ସଂଗଠନ କିମ୍ବା କୌଣସି ଏନଜିଓ ତାଙ୍କୁ ସାହାଯ୍ୟ କରନ୍ତୁ । ପିଲାଙ୍କ ଚେହେରା ଦେଖିବା ପାଖାପାଖି ଦେଢ ମାସରୁ ଉପରକୁ ହୋଇଗଲାଣି ବୋଲି କହିଥିଲେ ଅଭିନବ ।