ଓଡିଶା

odisha

ETV Bharat / sitara

ନବ୍ୟାଙ୍କ ପାଇଁ ଦିଲ୍ଲୀରୁ ଉଜ୍ୱେନ ଯାଇଥିଲେ ସୁଶାନ୍ତ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତରେ ସମ୍ପୂର୍ଣ୍ଣ ବଲିଉଡ ପ୍ରେମୀ ମର୍ମାହତ । ସୁଶାନ୍ତଙ୍କ ପିଲାଦିନର ବନ୍ଧୁ ଆରତୀ ବତ୍ରା ଦୁଆ ତାଙ୍କୁ ମନେ ପକେଇଛନ୍ତି ।

ସୁଶାନ୍ତଙ୍କୁ ମନେ ପକାଇଛନ୍ତି ପିଲାଦିନ ସାଙ୍ଗ
ସୁଶାନ୍ତଙ୍କୁ ମନେ ପକାଇଛନ୍ତି ପିଲାଦିନ ସାଙ୍ଗ

By

Published : Jun 21, 2020, 5:27 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତରେ ସମ୍ପୁର୍ଣ୍ଣ ବଲିଉଡ ପ୍ରେମୀ ମର୍ମାହତ । ସୁଶାନ୍ତଙ୍କ ପିଲାଦିନର ବନ୍ଧୁ ଆରତୀ ବତ୍ରା ଦୁଆ ତାଙ୍କୁ ମନେ ପକେଇଛନ୍ତି । ଏ ଅବସରରେ ସେ ସୁଶାନ୍ତି ‘ସମ୍ପୁର୍ଣ୍ଣ ପ୍ୟାକେଜ’ ବୋଲି କହିଛନ୍ତି । ସେ ସମସ୍ତଙ୍କୁ ଅତି ଘନିଷ୍ଠ ଭାବେ ଜଡିତ ଥିଲେ ବୋଲି ବନ୍ଧୁ କହିଛନ୍ତି ।

ସୁଶାନ୍ତଙ୍କୁ ମନେ ପକାଇଛନ୍ତି ପିଲାଦିନ ସାଙ୍ଗ

ସୁଶାନ୍ତ ପ୍ରଥମେ ପାଟନାର ସେଣ୍ଟ କରେନ ହାଇସ୍କୁଲରେ ପାଠ ପଢିଥିଲେ ପରେ 2001ରେ ଅଧିକ ପଢିବା ପାଇଁ ଦିଲ୍ଲୀ ଯାଇଥିଲେ । ଦିଲ୍ଲୀ ଇଞ୍ଜିନିୟରିଂ କଲେଜରେ ପଢିବା ପୂର୍ବରୁ ସେ କୁଲାଚୀ ହଂସରାଜ ମଡେଲ ସ୍କୁଲରେ ପାଠ ପଢିଥିଲେ । ଆରତୀ ଓ ସୁଶାନ୍ତଙ୍କ ବନ୍ଧୁତା ସେହି ସ୍କୁଲରୁ ହିଁ ଆରମ୍ଭ ହୋଇଛି ।

ସେ କହିଛନ୍ତି, ‘ ମୁଁ ଏକାଦଶ ଶ୍ରେଣୀରେ ପ୍ରଥମେ ସୁଶାନ୍ତଙ୍କୁ ଭେଟିଥିଲେ । ସେ ନୂଆ ଆସିଥିଲେ । ଆମେ ଭଲ ବନ୍ଧୁ ହେଲୁ । ମୁଁ ସବୁବେଳେ ପାଠକୁ ନେଇ ଗମ୍ଭୀର ରହୁଥିଲି ମାତ୍ରେ ସେ ସବୁବେଳେ ଖୁସି ମିଜାଜର ଥିଲେ । ସେ କେବେ ପାଠ ପଢାକୁ ହେୟଜ୍ଞାନ କରିନାହାଁନ୍ତି କିନ୍ତୁ ସେ ସମସ୍ତ ଜିନିଷକୁ ହାଲୁକା ଭାବରେ ନେଉଥିଲେ ’ ।

ଆରତୀ ସ୍କୁଲର ଶେଷ ଦିନରେ ସୁଶାନ୍ତ ଦେଇଥିବା ଅଟୋଗ୍ରାଫକୁ ମନେ ପକାଇଥିଲେ । ସୁଶାନ୍ତ କହିଥିଲେ, ‘ଏବେ ଅଟୋଗ୍ରାଫ୍ ରଖିଦେ, ଆଗକୁ ଅଟୋଗ୍ରାଫ୍ ନେବା ପାଇଁ ଲାଇନରେ ଠିଆ ହେବାକୁ ପଡିବ ’ । ଫେୟାରୱେଲର ସମୟ, କିଛି ଇଞ୍ଜିନିୟରିଂ କୋଚିଂ ସେଣ୍ଟର ସାମ୍ପଲ ପେପର୍ ଦେଇଥିଲେ । ସୁଶାନ୍ତ ଆସି ମୋ ପାଖରେ ବସିଲେ ଓ ସେହି ପେପର ଉପରେ ଢେର ‘ସାରା ଭଲ ପାଇବା’, ସୁଶାନ୍ତ ଲେଖିଥିଲେ ବୋଲି ଆରତୀ କହିଛନ୍ତି ।

ଦ୍ବାଦଶ ପରୀକ୍ଷା ପରେ DCE ପରୀକ୍ଷା ପ୍ରସ୍ତୁତି ପାଇଁ ଗୋଟେ ବର୍ଷ ଗ୍ୟାପ୍ ରଖିଥିଲେ । ସେହି ବର୍ଷ ସୁଶାନ୍ତଙ୍କ ମା ଚାଲିଗଲେ ଯେଉଁଥିପାଇଁ ସେ ପରୀକ୍ଷା ଦେଇପାରିନଥିଲେ । ଏହାପରେ ଆଉ ଗୋଟେ ବର୍ଷ ସେ ପ୍ରସ୍ତୁତ ହେଲେ । ସେ କେବେ ବି ହାର୍ ମାନନ୍ତିନି । ତାଙ୍କ ଉତ୍ସର୍ଗୀକୃତ ମନୋଭାବନା ମତେ ସବୁବେଳେ ପ୍ରେରଣା ଦେଇଛି ।

ଆରତୀ ଏହା ମଧ୍ୟ କହିଛନ୍ତି ଯେ, ସେ ଦିଲ୍ଲୀରୁ ଉଜ୍ବେନ ଆଉ ଜଣେ ସ୍କୁଲ ସାଙ୍ଗ ନବ୍ୟା ଜିନ୍ଦଲକୁ ଦେଖା କରିବା ପାଇଁ ଯାଇଥିଲେ । ଇଞ୍ଜିନିୟରିଂ ଛାଡି କଳାକାର ହେବାକୁ ଚାହୁଁଛନ୍ତି ବୋଲି କହିବାକୁ ସେ ନବ୍ୟାଙ୍କ ପାଖକୁ ଯାଇଥିଲେ । ସ୍କୁଲ ପରେ କେବଳ ନବ୍ୟା ଓ ମୁଁ ତାଙ୍କ ସହ ସମ୍ପର୍କରେ ଥିଲୁ ବୋଲି ସେ କହିଛନ୍ତି ।

ତେବେ ଇଞ୍ଜିନିୟରିଂ ଛାଡି କଳାକାର ହେବାକୁ ଯେତେବେଳେ ସେ କହିଥିଲେ ଆମେ ଆଶ୍ଚର୍ଯ୍ୟ ହେଇଥିଲୁ କାରଣ ସେ ଇଞ୍ଜିନିୟରିଂକୁ ନେଇ ବହୁତ ଗମ୍ଭୀର ଥିଲେ । କିନ୍ତୁ ସେ ଏହାକୁ ନେଇ ଜିଦ୍ ଧରିଥିଲେ । ସେ ପ୍ରଥମେ ଶିମକ୍ ଦବର୍ ଡ୍ୟାନ୍ସ ଗ୍ରୁପରେ ଯୋଗ ଦେଇଥିଲେ । ପ୍ରଥମେ ସେ 2006ରେ CWG galaରେ ଭାଗ ନେବାକୁ ସୁଯୋଗ ପାଇଥିଲେ । ସେଠାରେ ସେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ କାମ କରୁଥିବାରୁ ବହୁତ ଖୁସି ଥିଲେ ।

ଶେଷ ଥର ପାଇଁ ମୁଁ ତାଙ୍କ ସହ 2017 ରେ କଥାବାର୍ତ୍ତା ହୋଇଥିଲି। ସେ ମୋତେ କହିଥିଲେ ଯେ ସେ ଦିଲ୍ଲୀ ଆସି ମୋତେ ଭେଟିବେ । ଆମର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ ଏହା କେବେ ହୋଇ ନଥିଲା। ଏଥିସହ ଆମେ ଭାବୁଥିଲୁ ଯେ ବର୍ତ୍ତମାନ ଜଣେ ବଡ ସେଲିବ୍ରିଟି ହୋଇ ସେ ଯେତେବେଳେ ବି ସମୟ ପାଇବେ ସେ ନିଜେ ଆମ ସହ ଯୋଗାଯୋଗ କରିବେ। ବର୍ତ୍ତମାନ ମୁଁ ଅନୁଭବ କରୁଛି ତାହା ଭାବିବା ଭୁଲ୍ ଥିଲା। ମୁଁ ତାଙ୍କୁ ଡାକିନଥିଲି ଓ ତାଙ୍କ ସହ ନିୟମିତ ଯୋଗାଯୋଗରେ ନ ଥିବାରୁ ମୁଁ ଦୁଃଖିତ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details