ମୁମ୍ବାଇ: ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘ଏକ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହେ’ ବ୍ଲକବଷ୍ଟର ହେବା ପରଠୁ ଏହାର ତୃତୀୟ ପାର୍ଟକୁ ନେଇ ଚର୍ଚ୍ଚା । ଦୀର୍ଘ ସମୟରୁ ଏହା ଉପରେ କାମ କରିଆସୁଛନ୍ତି ମେକର୍ସ । ଇତିମଧ୍ୟରେ ‘ଟାଇଗର 3’କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ଖୁସି ହୋଇଯିବେ ସଲମାନଙ୍କ ଫ୍ୟାନ୍ସ ।
କଥାଟି ହେଲା ଯେ ଏହି ବିଗ୍ ବଜେଟ ଫିଲ୍ମର କାମ ଆସନ୍ତା ମାର୍ଚ୍ଚରୁ ଆରମ୍ଭ କରିବେ ସଲମାନ। ଖବର ଅନୁଯାୟୀ ଫିଲ୍ମର କିଛି ସିନ ମୁମ୍ବାଇରେ ସୁଟ୍ କରାଯିବ । ଯାହା ପରେ ସଲମାନ ମିଡିଲ ଇଷ୍ଟକୁ ଯାତ୍ରା କରିବେ । ସେହିପରି ଦୁବାଇରେ ଫିଲ୍ମର ଅଧିକାଂଶ ଆକ୍ସନ ସିନ୍ସର ସୁଟିଂ କରାଯିବ ।