ଓଡିଶା

odisha

ETV Bharat / sitara

ସେହନାଜ-ସିଦ୍ଧାର୍ଥ ରିଲେସନଶିପ: ପିତାଙ୍କୁ ନାହିଁ କୌଣସି ଆପତ୍ତି

ବିଗ ବସର ଫେମସ ପ୍ରତିଯୋଗୀ ସେହନାଜ ଗିଲଙ୍କ ପିତା ସନ୍ତୋକ ଗିଲଙ୍କ ବଡ ବୟାନ। ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ଝିଅଙ୍କ ଥିବା ରିଲେସନଶିପରେ ତାଙ୍କୁ ନାହିଁ କୌଣସି ସମସ୍ୟା।

shehnaz
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Jan 18, 2020, 7:26 PM IST

ମୁମ୍ବାଇ: ରିୟାଲିଟି ଶୋ ବିଗ ବସ ସିଜନ 13ର ଫ୍ୟାମିଲ ୱିକ ଶେଷ ହେବାକୁ ଯାଉଛି। ଆଉ ପୁରା ସପ୍ତାହ ସବୁ ପ୍ରତିଯୋଗୀଙ୍କ ପରିବାର ସଦସ୍ୟ ସାକ୍ଷାତ କରିବାକୁ ବିଗ ବସ ହାଉସକୁ ଆସିଥିଲେ। ଏହି ଏପିସୋଡରେ ଇମୋଶନାଲ ଡ୍ରାମା ଦେଖିବାକୁ ମିଳିଥିଲା । ଏହି କ୍ରମରେ ବିଗ ବସ ସିଜନ 13ର ଫେମସ ପ୍ରତିଯୋଗୀ ସେହନାଜ ଗିଲଙ୍କ ପିତା ସନ୍ତୋକ ଗିଲ ମଧ୍ୟ ସାମିଲ ଅଛନ୍ତି ।

ପିତାଙ୍କୁ ଦୀର୍ଘ ସମୟ ପରେ ଦେଖି ଖୁବ୍ ଖୁସି ହୋଇଯାଇଥିଲେ ସେହନାଜ । ସିନିୟର ଗିଲ ଲାଡଲୀଙ୍କୁ ଅନେକ ଟିପ୍ସ ଦେବା ସହ କିଛି ପ୍ରସଙ୍ଗ ଉପରେ କଥା ହୋଇଥିଲେ। ଯେଉଁଥିରେ ସେହନାଜ ଓ ସିଦ୍ଧାର୍ଥ ମଲହୋତ୍ରା ଓ ପାରସ ଛାବଡାଙ୍କ ବିଷୟରେ କହିଥିଲେ। ଏହି କଥାବାର୍ତ୍ତାରେ ଶୋର ହୋଷ୍ଟ ସଲମାନ ଖାନଙ୍କ ଆଲୋଚନା ମଧ୍ୟ କରିଥିଲେ ସନ୍ତୋକ।

ସବୁଠୁ ମୁଖ୍ୟ କଥା ହେଲା ଯେ ସନ୍ତୋକଙ୍କୁ କୌଣସି ଆପତ୍ତି ନାହିଁ ସେହନାଜ ଓ ସିଦ୍ଧାର୍ଥଙ୍କ ରିଲେସନଶିପରେ। ଆଉ କହିଥିଲେ ଯଦି ସେହନାଜଙ୍କ ମନରେ ସିଦ୍ଧାର୍ଥଙ୍କ ପାଇଁ ଫିଲିଗ୍ସ ଅଛି ତେବେ ତାଙ୍କୁ କୌଣସି ସମସ୍ୟା ନାହିଁ । ଶୋ ପରେ ମଧ୍ୟ ଦୁଇଜଣ ଯଦି ଚାହିଁବେ ଏହି ରିଲେସନଶିପକୁ ବାହାରେ ଜାରି ରଖିବାକୁ ତେବେ ରଖିପାରିବେ । ଏଥରେ ତାଙ୍କୁ କୌଣସି ଅସୁବିଧା ନାହିଁ । ତାଙ୍କ ଅନୁଯାୟୀ ଏହି ଯୋଡି ପ୍ରଥମ ଯୋଡି ନୁହେଁ ଯାହାଙ୍କ ମଧ୍ୟରେ 10 ବର୍ଷ ବୟସର ପାର୍ଥକ୍ୟ ଅଛି । ଏହାର ଉଦାହରଣ ଦେଇ ସେ ବି-ଟାଉନର ସୈଫିନା କରୀନା କପୁର ଖାନ ଓ ସୈଫ ଅଲ୍ଲୀ ଖାନଙ୍କ ନାମ ନେଇଥିଲେ ।

ABOUT THE AUTHOR

...view details