ମୁମ୍ବାଇ: ବିଗ ବସ ସିଜନ 12ରୁ ଚର୍ଚ୍ଚାରେ ଆସିଥିବା ଜସଲୀନ ମାଥୁର ଏବେ ମଲରେ ଝାଡୁ ଲଗାଉଥିବାର ନଜର ଆସୁଛନ୍ତି । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ ନାଁ । ଆଜ୍ଞା ହଁ, ତାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଝାଡୁ ମାରୁଥିବାର ଦେଖାଯାଉଛନ୍ତି। ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ କଥା...
ବର୍ତ୍ତମାନ ଯେଉଁଠାରେ ମିଡ ଫିନାଲେ ପରେ ବିଗ ବସ 13 ଚର୍ଚ୍ଚାରେ । ସେହିଠାରେ ଏହାର ଏକ୍ସ ପ୍ରତିଯୋଗୀ ଜସନୀଲଙ୍କ ଭାଇରାଲ ହୋଇଥିବା ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍ ଦେଖୁଛନ୍ତି ୟୁଜର୍ସ । ଯାହାକୁ ନିଜେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।
ଏହାକୁ ସେୟାର କରି ଜସଲୀନ କ୍ୟାପସନରେ ଲେଖିଛନ୍ତି, ‘ଝାଡୁ ଲଗାଇବା କେହି ମୋ ଠାରୁ ଶିଖନ୍ତୁ ।’ ଯଦି ଭିଡିଓ ବିଷୟରେ କଥା ହେବା ତେବେ ମୁମ୍ବାଇର କୌଣସି ଏକ ମଲରେ ଜସଲୀନ ନଜର ଆସୁଛନ୍ତି । ଯେଉଁଠାରେ ସେ ଝାଡୁ କିଣିବାକୁ ଯାଇଛନ୍ତି । ଆଉ ସେ ଜଣେ ଭଲ ଗ୍ରାହକ ପରି କେଉଁ ଝାଡୁ ଭଲ ପଡିବ ତାହା ଚେକ କରିବା ପାଇଁ ଝାଡୁ କରି ଦେଖୁଥିଲେ । ଏହାପରେ ସେ ନିଷ୍ପତ୍ତି ନେଇଥିଲେ କେଉଁ ଝାଡୁ କିଣିବେ । ଆପଣ ମଧ୍ୟ ଦେଖନ୍ତୁ ଜସଲୀନଙ୍କ ଏହି ମଜାଦର ଭିଡିଓ...
ପ୍ରକାଶ ଥାଉକି ଭଜନ ସମ୍ରାଟ ଅନୁପ ଜଲୋଟାଙ୍କ ସହ ରିଲେସନଶିପକୁ ନେଇ ଜସଲୀନଙ୍କୁ ବିଗ ବସ 12ରେ ଅନେକ କଥା ମଧ୍ୟ ଶୁଣିବାକୁ ମିଳିଥିଲା । ଦୁଇଜଣ ଖୁବଶୀଘ୍ର ଗୋଟିଏ ଫିଲ୍ମରେ ଏକାଠି କାମ କରିବାକୁ ଯାଉଛନ୍ତି।