ମୁମ୍ବାଇ: ପୁଣି ଥରେ ଚର୍ଚ୍ଚାରେ ଅକ୍ଷୟଙ୍କ ବଡପଣ । ବାତ୍ୟା ବିପନ୍ନ ହୁଅନ୍ତୁ ଅବା କୌଣସି ଶହୀଦ ଯବାନଙ୍କ ପରିବାର । ସର୍ବଦା କ୍ଷତିଗ୍ରସ୍ତଙ୍କୁ ସହାୟତା କରିଆସିଛନ୍ତି ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର । ନିକଟରେ ସେ କିଛି ଟ୍ରାନ୍ସଜେଣ୍ଡରଙ୍କୁ 1.5 କୋଟି ଟଙ୍କା ଆର୍ଥିକ ସହାୟତା କରିଛନ୍ତି । ଯାହା ପୁଣି ଥରେ ସେ ଏକ ହୃଦୟବାନ ବ୍ୟକ୍ତିର ପରିଚୟ ଦେଇପାରିଛନ୍ତି ।
ରାଘବ ଲୋରେନ୍ସଙ୍କ ନିର୍ଦ୍ଦେଶି ‘ଲକ୍ଷ୍ମୀ ବମ’ ଫିଲ୍ମରେ ନଜର ଆସିବେ ଅକ୍ଷୟ । ତାମିଲ ଫିଲ୍ମ କାଞ୍ଚନର ହିନ୍ଦି ରିମେକ ହେଉଛି ‘ଲକ୍ଷ୍ମୀ ବମ । ଯେଉଁଥିରେ ଅକ୍ଷୟ ଏକ କିନ୍ନର ଭୂମିକାରେ ନଜର ଆସିବେ । ରାଘବ ଲୋରେନ୍ସ ବିଭିନ୍ନ ସମାଜ ସେବା ସହ ଯୋଡିତ ।