ଭୁବନେଶ୍ବର: ସୁମିତ୍ରା ଏଣ୍ଟରଟେନ୍ମେଣ୍ଟ ବ୍ୟାନରର ନିର୍ମିତ ନୂଆ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’ ଆଜି ସାରା ଭାରତରେ ମୁକ୍ତିଲାଭ କରିଛି । କଟକର ବୃନ୍ଦାବନ ପ୍ରେକ୍ଷାଳୟରେ ବେଶ୍ ଧୁମ୍ ଧାମରେ ଚଳଚ୍ଚିତ୍ରର ପ୍ରିମିୟମ ସହ ଅନୁଷ୍ଠିତ ହୋଇଥିଲା । ପ୍ରିମିୟମ ସୋ'ରେ ଚଳଚ୍ଚିତ୍ରର ଅଭିନେତା ରାକେଶ, ଅଭିନେତ୍ରୀ ଭୂମିକା ସହ ମମତା ଦାଶ, କଣ୍ଠଶିଳ୍ପୀ ଋତୁରାଜ, କୁମାର ବାପି ପ୍ରମୁଖ ଉପସ୍ଥିତ ଥିଲେ।
ଶୁଭମୁକ୍ତି ହେଲା ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର ମନ ମୋର କାଗଜ ଗୁଡ଼ି ପ୍ରଯୋଜକ ଶିବିର କୁମାର ପରିଡ଼ା ଓ ବିବେକାନନ୍ଦ ବାରିକଙ୍କ ପ୍ରଯୋଜିତ ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଦେବଜ୍ୟୋତି ପାତ୍ର । କାହାଣୀ ପରିକଳ୍ପନା ଦିବ୍ୟସିଂହ ରାୟ କରିଥିବା ବେଳେ ସଂଳାପ ରଚନା କରିଛନ୍ତି ମାନସ ପଡିହାରୀ । ସେହିପରି ଗୀତ ଲେଖିଛନ୍ତି ବସନ୍ତରାଜ ସାମଲ ଓ ସୁବ୍ରତ ସ୍ବାଇଁ ।
ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଛନ୍ତି ରାକେଶ, ଭୂମିକା ଏବଂ ପ୍ରୀତିରାଜ, କୁମାର ଐଶ୍ବର୍ଯ୍ୟା, ଜିତୁ, ଦେବୀ ବାରିକ, ସୀମା, ଲିପୁନ, ସଞ୍ଜୟ, ଜ୍ଞାନ, ଭକ୍ତ, ସୁହାନା,ମମତା ଦାସ, ଦିବ୍ୟାଂଶ । ଏଥିରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ ଅତିଥି କଳକାକାର ଭାବରେ ଅବତୀର୍ଣ୍ଣ ହୋଇଛନ୍ତି । ‘ମନ ମୋର କାଗଜ ଗୁଡ଼ି’ ଏକ ରୋମାଣ୍ଟିକ ପ୍ରେମ କାହାଣୀ ହୋଇଥିବା ବେଳେ ଦର୍ଶକମାନେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି ।
ଓଡ଼ିଶାର କଟକ, ଭୁବନେଶ୍ୱର, ଜଗତସିଂହପୁର, ଯାଜପୁର, ପାରାଦୀପ, ରାୟଗଡ଼ା,ଫୁଲବାଣୀ, ବେଗୁନିଆପଡା, କେନ୍ଦ୍ରାପଡ଼ା, ଆଠଗଡ, କୋଟପାଡ଼ ସହ ବାଙ୍ଗାଲୋର, କୋଲକାତା ଓ ସୁରତ ଠାରେ ମୁକ୍ତିଲାଭ କରିଥିବା ସଂସ୍ଥାର ପ୍ରଚାର ପ୍ରସାର ମୁଖ୍ୟ ଭରତ ପ୍ରଧାନ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ