ଓଡିଶା

odisha

ETV Bharat / sitara

MAMA WEDS PAPA ଚଳଚ୍ଚିତ୍ରର ଶୁଭ ମହୁରତ - ମାମା ୱେଡ୍ସ ପାପା ଚଳଚ୍ଚିତ୍ର

ଓଡିଆ ଚଳଚ୍ଚିତ୍ର ମାମା ୱେଡ୍ସ ପାପାର ଗୁରୁବାର ଶୁଭ ମହୁରତ ହୋଇଛି । ସାମ୍ବାଦିକ ଭବନ ଠାରେ ଫିଲ୍ମର ଶୁଭ ମହୁରତ ହୋଇଛି । ଏଥର ଦର୍ଶକ ଏକ ଭିନ୍ନ ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ପାଇବେ । ଅଧିକ ପଢନ୍ତୁ...

ମାମା ୱେଡ୍ସ ପାପା ଚଳଚ୍ଚିତ୍ର ଶୁଭ ମହୁରତ
ମାମା ୱେଡ୍ସ ପାପା ଚଳଚ୍ଚିତ୍ର ଶୁଭ ମହୁରତ

By

Published : Jul 22, 2021, 12:09 PM IST

ଭୁବନେଶ୍ବର: ଓଡିଆ ଚଳଚ୍ଚିତ୍ର ମାମା ୱେଡ୍ସ ପାପାର ଗୁରୁବାର ଶୁଭ ମହୁରତ ହୋଇଛି । ସାମ୍ବାଦିକ ଭବନ ଠାରେ ଫିଲ୍ମର ଶୁଭ ମହୁରତ ହୋଇଛି । ଏଥର ଦର୍ଶକ ଏକ ଭିନ୍ନ ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ପାଇବେ । ସାଧାରଣତଃ ବାପା ମା ନିଜ ପିଲାଙ୍କର ବାହାଘର କରିଥାନ୍ତି କିନ୍ତୁ ଏହି ଚଳଚିତ୍ରରେ ଛୋଟ ଝିଅଟିଏ ନିଜ ବାପାମାଙ୍କ ବାହାଘର କରାଉଛି।

ମାମା ୱେଡ୍ସ ପାପା ଚଳଚ୍ଚିତ୍ର ଶୁଭ ମହୁରତ

ଏହି ନିଆରା କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ଋଷି ଓ ଦୀପିକା । ସେହିପରି ଶିଶୁ କଳାକାର ଭାବରେ ନିସିତା ପ୍ରିୟଦର୍ଶିନୀ ଫିଲ୍ମରେ ଅଭିନୟ କରିଛନ୍ତି । ତେବେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅପୁ କାନୁନଗୋ ଓ ପ୍ରଯୋଜକ ଚନ୍ଦ୍ରପ୍ରିୟ ସୁବୁଧି ଏବ ଅନୁପ ସିଂ । ଫିଲ୍ମଟି ଶ୍ରୀଚନ୍ଦନ କ୍ରିଏସନରେ ନିର୍ମାଣ ହେବାକୁ ଥିବାବେଳେ ଦଶହରାରେ ଚଳଚ୍ଚିତ୍ରଟି ପରଦାକୁ ଆସିବ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details