ଭୁବନେଶ୍ବର:ଅଭିନେତା ଚନ୍ଦନ କରଙ୍କ ନୂଆ ଅବତାର । ଏଥର ରୋମାନ୍ସ କି ଆକ୍ସନ ନୁହେଁ ଐତିହାସିକ ଓ ପୌରାଣିକ ଚରିତ୍ରରେ ନଜର ଆସିବେ ଚନ୍ଦନ କର। ଆଉ ଚଳଚ୍ଚିତ୍ର ମାଧ୍ୟମରେ ଦେଖେଇବେ 'କଳାପାହାଡ଼'ର ଅଜଣା କାହାଣୀ । ତେବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ମୌଳିକ କାହାଣୀ ଶୂନ୍ୟ ହୋଇଯାଇଥିବା ବେଳେ ଅଭିନେତା ଚନ୍ଦନ କରି ଏବେ କିଛି ଐତିହାସିକ କାହାଣୀକୁ ଆଧାର କରି ଫିଲ୍ମ ନିର୍ମାଣର ନୂଆଟ୍ରେଣ୍ଡ ଆରମ୍ଭ କରିଛନ୍ତି ।
ପରଦାକୁ ଆସୁଛି କଳାପାହାଡ କାହାଣୀ, ଲିଡ୍ ରୋଲରେ ନଜର ଆସିବେ ଚନ୍ଦନ - chandan in the historical film kalapahad
ଅଭିନେତା ଚନ୍ଦନ କରଙ୍କ ନୂଆ ଅବତାର । ଏଥର ରୋମାନ୍ସ କି ଆକ୍ସନ ନୁହେଁ ଐତିହାସିକ ଓ ପୌରାଣିକ ଚରିତ୍ରରେ ନଜର ଆସିବେ ଚନ୍ଦନ କର। ଆଉ ଚଳଚ୍ଚିତ୍ର ମାଧ୍ୟମରେ ଦେଖେଇବେ 'କଳାପାହାଡ଼'ର ଅଜଣା କାହାଣୀ। ଅଧିକ ପଢନ୍ତୁ
ପୂର୍ବରୁ ଜୟୀ ରାଜଗୁରୁ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଚନ୍ଦନ କର । ତେବେ ପୂର୍ବରୁ ଏସଡିଡି ଏଣ୍ଟରଟେନମେଣ୍ଟ ବ୍ୟାନରରେ ରମାକାନ୍ତ କରଙ୍କ ନିବେଦିତ ସ୍ବାଧୀନତା ସଂଗ୍ରାମର ଆଦ୍ୟ ପୁରୁଷ ଜୟୀରାଜ ଗୁରୁଙ୍କୁ ନେଇ ଫିଲ୍ମ ନିର୍ମାଣ କରିସାରିଛି, ଯାହାର ଶୀର୍ଷକ ଥିଲା 'ମହର୍ଷି' । ଫିଲ୍ମଟିକୁ ନେଇ ଏକ୍ସାଇଟେଡ ଥିବା ଚନ୍ଦନ ଏବେ ପୁଣି ଏକ ଐତିହାସିକ ବିଷୟବସ୍ତୁକୁ ନେଇ ଫିଲ୍ମ ନିର୍ମାଣ ପାଇଁ ଅଣ୍ଟା ଭିଡିଛନ୍ତି । ମୂଖ୍ୟ ଭୂମିକାରେ ସେ ନିଜେ ହିଁ ଅଭିନୟ କରୁଛନ୍ତି । ନିକଟରେ ସେ ଫିଲ୍ମର ପୋଷ୍ଟର ରିଲିଜ କରିଛନ୍ତି । ତେବେ ଫିଲ୍ମରେ ଆଉ କିଏ ଷ୍ଟାରକାଷ୍ଟ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ