ହାଇଦ୍ରାବାଦ: ଟଲିଉଡରୁ ବଲିଉଡ, ସବୁଠି ନିଜ ଅଭିନୟ ପାଇଁ ଜଣାଶୁଣା ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଆଜି ଜନ୍ମଦିନ(tamanna bhatia birthday) । 1989 ଡିସେମ୍ବର 21 ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ତମନ୍ନା। ତାଙ୍କ ପିତାଙ୍କ ନାମ ସନ୍ତୋଷ ଭାଟିଆ, ଯିଏକି ଜଣେ ହୀରା ବ୍ୟବସାୟୀ ଏବଂ ମାତାଙ୍କ ନାମ ରଜନୀ ଭାଟିଆ, ଯିଏକି ଜଣେ ଗୃହିଣୀ । ସେ ଆଜି ତାଙ୍କର 32ତମ ଜନ୍ମଦିନ ପାଳନ କରୁଛନ୍ତି । ତମନ୍ନାଙ୍କ ପ୍ରାଥମିକ ଶିକ୍ଷା ଜୁହୁର ମାନକ ଜି କପୁର୍ ଏଜୁକେସନାଲ୍ ଟ୍ରଷ୍ଟ ସ୍କୁଲରେ ହୋଇଥିଲା । ତମନ୍ନା ମାତ୍ର 15 ବର୍ଷ ବୟସରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ଆରମ୍ଭ କରିଥିଲେ ସେ । ଚଳଚ୍ଚିତ୍ର ‘ଚାନ୍ଦ ସା ରୋଶନ ଚେହରା’ରେ ସେ ପ୍ରଥମେ କାମ ଆରମ୍ଭ କରିଥିଲେ । ତେବେ ତାଙ୍କୁ ମିଲ୍କ ବେବି ନାମରେ ମଧ୍ୟ ସମସ୍ତେ ଜାଣନ୍ତି । କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ତେବେ ଆଜି ତମନ୍ନାଙ୍କ ଜନ୍ମଦିନ ଅବସରରେ, ଆମେ ଆପଣଙ୍କୁ ତାଙ୍କ ସହ ଜଡିତ କିଛି ବିଶେଷ କଥା କହିବୁ ।
ତମନ୍ନା ଭାଟିଆଙ୍କ ପ୍ରଥମ ଫିଲ୍ମ ଫ୍ଲପ୍ ହେବା ପରେ ଅଭିନେତ୍ରୀ କ୍ରମାଗତ ଭାବରେ କିଛି ମ୍ୟୁଜିକ ଭିଡିଓରେ କାମ କରିଥିଲେ । ଏହା ପରେ ତମନ୍ନା ବଲିଉଡ ଛାଡି ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ର ଆଡକୁ ଯାଇ ଭାଗ୍ୟ ପରୀକ୍ଷା କରିବାକୁ ଲାଗିଲେ । 2005 ଚଳଚ୍ଚିତ୍ର ‘ଶ୍ରୀ’ରେ ତମନ୍ନା ସାଉଥ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ଅଭିନେତ୍ରୀଙ୍କ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ହିଟ୍ ହୋଇଥିଲା । ଯାହା ପରେ ତମନ୍ନା ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର ପାଇଥିଲେ । ଏବଂ ଏହାପରେ ସାଉଥ ଇଣ୍ଡଷ୍ଟ୍ରିରେ ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ନିଜ ନାଁ ସାମିଲ କରିଥିଲେ ।