ମୁମ୍ବାଇ:ସୁପରଷ୍ଟାର ଶାହାରୁଖ ଖାନଙ୍କ ଝିଅ ମାଆ ଗୌରୀଙ୍କ ଚାରକୋଲ ଚିତ୍ର ଆଙ୍କି ଚର୍ଚ୍ଚାରେ । ଉଭୟ ଗୌରୀ ଓ ସୁହାନା ୱିକେଣ୍ଡକୁ ଏକ ଆର୍ଟିଷ୍ଟିକ ଢଙ୍ଗରେ କାଟିଛନ୍ତି । ସୁହାନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗୌରୀଙ୍କ ଚାରକୋଲ ଚିତ୍ର ଆଙ୍କି ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି ।
ଏହି ଚିତ୍ରର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ସୁହାନା । ଏହି ପୋଷ୍ଟରେ ସେ ମାଆ ଗୌରୀ ଖାନଙ୍କୁ ଟ୍ୟାଗ କରିଛନ୍ତି । ଏହି ଚିତ୍ରରେ ସେ ଗୌରୀଙ୍କ ଚିତ୍ର ଆଙ୍କିବାକୁ ଚେଷ୍ଟା କରିଛନ୍ତି । ସେ ଚିତ୍ରଟିକୁ ଆଙ୍କି ତଳ ପାଖରେ Mom ବୋଲି ଲେଖିଛନ୍ତି । ଏହି ପୋଷ୍ଟକୁ କିଛି ସମୟ ପରେ ଗୌରୀ ମଧ୍ୟ ସେୟାର କରି ଚାରକୋଲ ଆର୍ଟ ସମ୍ପର୍କରେ ଲେଖିଥିଲେ ।