ମୁମ୍ବାଇ: ଜମିକିଣା ଚୁକ୍ତିରେ ଠକାମୀର ଶିକାର ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ମାଆ ସୁନନ୍ଦା ସେଟ୍ଟୀ । ଏହି ଘଟଣାରେ ସେ ମହାରାଷ୍ଟ୍ରର ଜୁହୁ ପୋଲିସ ଷ୍ଟେସନରେ ୨ଜଣଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ସୁନନ୍ଦା ଏହି ଘଟଣାରେ କରଜଟ ଜିଲ୍ଲାର ରାୟଗଡର ଚାଷୀ ସୁଧାକର ଘାଡେ ଓ ଅନ୍ୟ ଜଣଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ଗତ ୨୦୧୯ ମସିହା ମେ ଓ ୨୦୨୦ ମସିହା ଫେବୃଆରୀରେ ସୁଧାକରଙ୍କଠାରୁ କରଜଟ ଅଞ୍ଚଳରେ ଏକ ପ୍ଲଟ କିଣିଥିଲେ । ଏହି ପ୍ଲଟଟି ତାଙ୍କ ନାମରେ ଥିବା ଏକ ନକଲୀ କାଗଜପତ୍ର ଦେଖାଇ ଜମିଟିକୁ ବିକିଥିବା ଜଣାପଡିଛି । ଏହି ଜମିଟି ୧ କୋଟି ୬ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା ।