ଓଡିଶା

odisha

ETV Bharat / sitara

ଥିଏଟରରେ 'ବଦଲା'; ବିଗ୍ ବିଙ୍କ ଆଉ ଏକ ଦମଦାର ପରଫରମାନ୍ସ - badla

ଶୁକ୍ରବାର ରିଲିଜ ହୋଇଛି ତାପସୀ ପନ୍ନୁ ଏବଂ ବିଗ ବିଙ୍କ ଅଭିନିତ ଫିଲ୍ମ 'ବଦଲା' । ରେଡ ଚିଲି ଏଣ୍ଟରଟେନମେଣ୍ଟରେ ପ୍ରସ୍ତୁତ ଏହି ଫିଲ୍ମ ଏକ ରିମେକ୍ ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ଏହାସହ ଆପଣ ଫିଲ୍ମଟିକୁ କାହିଁକି ଦେଖିବେ ସେ କଥା ମଧ୍ୟ ଜାଣି ରଖନ୍ତୁ.

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@taran_adarsh

By

Published : Mar 9, 2019, 5:25 PM IST

Updated : Mar 13, 2019, 12:00 PM IST

ମୁମ୍ବାଇ: ଗତକାଲି (ଶୁକ୍ରବାର) ରିଲିଜ ହୋଇଛି ତାପସୀ ପନ୍ନୁ ଏବଂ ବିଗ ବିଙ୍କ ଅଭିନିତ ଫିଲ୍ମ 'ବଦଲା' । ରେଡ ଚିଲି ଏଣ୍ଟରଟେନମେଣ୍ଟରେ ପ୍ରସ୍ତୁତ ଏହି ଫିଲ୍ମ ଏକ ରିମେକ୍ ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ଏହାସହ ଆପଣ ଫିଲ୍ମଟିକୁ କାହିଁକି ଦେଖିବେ ସେ କଥା ମଧ୍ୟ ଜାଣି ରଖନ୍ତୁ..

''ଦ୍ରୈପଦୀ ନୈ କାହା ହୈ ବଦଲା ହମେସା ସହି ନହିଁ ହୈତା, ମଗର ମାଫ୍ କରନା ଭି ହମେସା ସହି ନହିଁ ହୈତା'' ଫିଲ୍ମର ଏହି ଡାଇଲଗଟି ଚାରିପାଖରେ ଘୁରି ବୁଲିଛି ନିର୍ଦ୍ଦେଶକ ସଞ୍ଜୟ ଘୋଷଙ୍କ ଫିଲ୍ମ ବଦଳାର କାହାଣୀ । ଏହି ସସପେନ୍ସ ଥ୍ରୀଲର ମୁଭିଟି 'ଦ ଇନଭିଜିବୁଲ୍ ଗେଷ୍ଟ' ର ରିମେକ୍ ଅଟେ । ଯେଉଁମାନେ ଏହାର ମୂଳ ଫିଲ୍ମକୁ ଦେଖିନାହାଁନ୍ତି ସେମାନଙ୍କୁ ବଦଲା ମୁଭିରେ ସସପେନ୍ସ, ଥ୍ରୀଲ୍ ଏବଂ ପାୱର ପ୍ୟାକ୍ଡ ପରଫରମାନ୍ସ ବାନ୍ଧି ରଖିବ । ଏହାସହ ଯେଉଁମାନେ ଏହି ଫିଲ୍ମ ଦେଖିଛନ୍ତି ସେମାନଙ୍କୁ ମଧ୍ୟ ଏହି ଫିଲ୍ମଟି ନିରାଶ କରିବ ନାହିଁ ।

ତେବେ ଫିଲ୍ମର କାହାଣୀ କିଛି ଏଭଳି ଭାବରେ ଗତିଶୀଳ ହୋଇଛି । ମୁଭିର ଲିଡରେ ଥିବା ତାପସୀ ପନ୍ନୁ ଜଣେ ବିଖ୍ୟାତ ପୁରସ୍କାର ବିଜେତା ବିଜନେସ୍ ଉମେନ୍ ନୈନା ସେଠୀଙ୍କ ଭୂମିକାରେ ନଜର ଆସିଛନ୍ତି । ଯାହାଙ୍କ ଉପରେ ହତ୍ୟାର ଆରୋପ ଲଗାଯାଇଛି । ଆଉ ସେ ଏହି କେସକୁ ଲଢିବା ପାଇଁ ନିଜର ଲିଗଲ ଆଡଭଆଇଜର ମାନବ କୈଲଙ୍କ ଜରିଆରେ ପ୍ରତିଷ୍ଠିତ ଓକିଲ ବାଦଲ ଗୁପ୍ତା ଅର୍ଥାତ ଅମିତାଭ ବଚ୍ଚନଙ୍କୁ ହାୟର କରିଛନ୍ତି । ତେବେ ଆଗକୁ ସେ କେଉଁଭଳି ଭାବରେ ଏହି କେସକୁ ହ୍ୟାଣ୍ଡେଲ କରିଛନ୍ତି ତାହା ଉପରେ ହିଁ ପର୍ଯ୍ୟବେଶିତ ହୋଇଛି ଫିଲ୍ମ ।


ତେବେ ଯଦି ଦେଖାଯାଏ ଷ୍ଟୋରୀ ଲାଇନ୍ ସହ ଏହି ଫିଲ୍ମଟି ମ୍ୟୁଜିକାଲି ମଧ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି । ଦର୍ଶକଙ୍କୁ ସବୁଠାରୁ ଅଧିକ ପସନ୍ଦ ଆସିଛି ଫିଲ୍ମକୁ ଆଗକୁ ନେଇ ଯାଉଥିବା ଦୁଇଟି ମୁଖ୍ୟ ଚରିତ୍ର ଅମିତାଭ ଏବଂ ତାପସୀଙ୍କର ।

ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଫିଲ୍ମ ନିର୍ମାତ ଏହାର ସମସ୍ତ ଦିଗରୁ ଧ୍ୟାନ ରଖିଛନ୍ତି । ଯାହା ଆଜିର ସମାଜକୁ ଏକ ସୋସିଆଲ ମେସେଜ ମଧ୍ୟ ଦେଉଛି । ଆଉ ଫିଲ୍ମ କ୍ରିଟିକ୍ସ ତରନ ଆର୍ଦଶ ମଧ୍ୟ ଫିଲ୍ମକୁ ଥ୍ରୀ ଆନ୍ ହାପ୍ ରେଟିଙ୍ଗ୍ ଦେଇଛନ୍ତି । ଏହାସହ ଅନ୍ୟ କ୍ରିଟିକ୍ସ ମଧ୍ୟ ଫିଲ୍ମକୁ ଭଲ ରେଟିଙ୍ଗ୍ ଦେଇଛନ୍ତି । ତେଣୁ ଏହି ଫିଲ୍ମ ପାଇଁ ଆପଣ ଥିଏଟରକୁ ଯାଇପାରିବେ ।

Last Updated : Mar 13, 2019, 12:00 PM IST

ABOUT THE AUTHOR

...view details