ଓଡିଶା

odisha

ETV Bharat / sitara

'ନୋଟବୁକ'ର ପ୍ରେମ କାହାଣୀ କିଣିଲା ଦର୍ଶକଙ୍କ ମନ - zaheer

ରିଲିଜ ହୋଇଯାଇଛି ସଲମାନ ଖାନଙ୍କ ପ୍ରଯୋଜନାରେ ନିର୍ମିତ ଫିଲ୍ମ 'ନୋଟବୁକ' । ମୁଖ୍ୟ ଭୂମିକାରେ ଫିଲ୍ମରେ ନଜର ଆସିଛନ୍ତି ଜାହୀର ଇକବାଲ ଓ ପ୍ରନୂତନ । କଶ୍ମୀର ଚିତ୍ରକୁ ନେଇ ଆଧାରିତ ନୋଟବୁକ । ଅଚିହ୍ନା ପ୍ରେମ କାହାଣୀ ଫିଲ୍ମରେ ଦେଖିବାକୁ ପାଇଛନ୍ତି ଦର୍ଶକ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ ଜାହୀର ଇକବାଲ

By

Published : Mar 29, 2019, 11:12 PM IST

କଳାକାର- ଜାହୀର ଇକବାଲ, ପ୍ରନୂତନ ବେହଲ
ନିର୍ଦ୍ଦେଶକ- ନୀତିନ କକ୍କଡ
ମୁଭୀ ଟାଇପ- ରୋମାନ୍ସ
ଅବଧି-1 ଘଣ୍ଟା 53 ମିନିଟ୍

ମୁମ୍ବାଇ: ଦୀର୍ଘ ସମୟ ପରେ ବଲିଉଡରେ ଦେଖିବାକୁ ମିଳିଛି ଏକ ନିଚ୍ଛକ ପ୍ରେମକାହାଣୀ ଆଧାରିତ ଫିଲ୍ମ ନୋଟବୁକ ।କଶ୍ମୀରର ପ୍ରେମକାହାଣୀକୁ ନେଇ ରିଲିଜ ହୋଇଛି ଏହି ଫିଲ୍ମ। ସଲମାନ ଖାନଙ୍କ ପ୍ରଡକ୍ସନ ହାଉସ ଏବଂ ନୀତିନ କକ୍କଡଙ୍କ ନିର୍ଦ୍ଦେଶନାରେ ନିର୍ମିତ ଲଭଷ୍ଟୋରୀ ଫିଲ୍ମ 'ନୋଟବୁକ' ଆଜି ରିଲିଜ ହୋଇଯାଇଛି ।

ଫିଲ୍ମ 'ନୋଟବୁକ'ର କାହାଣୀ କଶ୍ମୀରରୁ ଆରମ୍ଭ ହୋଇଛି । କବୀର (ଜାହୀର ଇକବାଲ)ଙ୍କୁ ପିତାଙ୍କସ୍ବପ୍ନ ପୂରଣ କରିବା ନେଇ ବାହାରି ପଡିଛନ୍ତି କଶ୍ମୀର। ସେଠାରେ ପହଞ୍ଚି ତାଙ୍କୁ ଜଣାପଡିଛି ଯେ ତାଙ୍କ ପିତା ଯେଉଁ ସ୍କୁଲରେ କଶ୍ମୀର ପିଲାଙ୍କୁ ଶିକ୍ଷିତ କରିବାସ୍ବପ୍ନକୁ ସାକାର କରୁଥିଲେ, ଏବେ ସେଠାରେ କୌଣସି ମଧ୍ୟ ଶିକ୍ଷକ ନାହାଁନ୍ତି ।ହ୍ରଦ ମଝିରେ ତିଆରି ସ୍କୁଲରେବିନା ଆଲୋକ, ପାଣି ଏବଂ ମୋବାଇଲ ନେଟୱାର୍କରେ ସେଠାରେ ପୂର୍ବରୁ ଜଣେ ମହିଳା ଟିଚର ଫିରଦୌସ ( ପ୍ରନୂତନ ବହଲ) ପିଲା ମାନଙ୍କୁ ପାଠ ପଢାଉଥିଲେ ।

ଫିରଦୌସ ଯିବା ପରେ ସେହି ଦାୟିତ୍ବ କବୀରଙ୍କୁ ଦିଆଯାଇଛି । ଛୁଆଙ୍କୁ ପଢାଇବା ସମୟରେ କବୀର ହାତରେ ଏକ ନୋଟବୁକ ପଡୁଛି । ଏହାପରେ କବୀରଙ୍କ ଜୀବନ ବଦଳିଯାଇଛି । ବାସ୍ତବରେ ସେହି ନୋଟବୁକଟି ଫିରଦୌସଙ୍କର ଥିଲା । ନୋଟବୁକରେ ଫିରଦୌସ ନିଜ ଜୀବନର ସବୁ ସ୍ବପ୍ନକୁ ଲେଖିଥିଲେ । ନୋଟବୁକ ପଢିବା ପରେଫିରଦୌସଙ୍କପ୍ରେମରେ ପଡିଛନ୍ତି କବୀର । ପରେ ଫିରଦୌସଙ୍କୁ ମଧ୍ୟ ତାଙ୍କ ସହ ପ୍ରେମ ହୋଇଯାଇଛି । ଫିଲ୍ମରେ ସବୁଠାରୁ ମୁଖ୍ୟ କଥା ହେଲା କି ଦୁଇଜଣ ପରସ୍ପରକୁ କେବେ ଦେଖିନାହାଁନ୍ତି । ବିନା ସାକ୍ଷାତରେ ଏହି ପ୍ରେମୀ ଯୁଗଳ କେବେ ଜୀବନରେ ଏକାଠି ହେବେ କି ନାହିଁ ତାହା ଜାଣିବା ପାଇଁ ଆପଣଙ୍କୁ ଫିଲ୍ମ ଦେଖିବାକୁ ପଡିବ ।

ନିର୍ଦ୍ଦେଶନା ବିଷୟରେ ଯଦି କଥା ହେବା ତେବେ ନୀତିନ କକ୍କଡ ପ୍ରେମ କାହାଣୀ ସହ କଶ୍ମୀରର ପ୍ରସଙ୍ଗ ମଧ୍ୟ ଫିଲ୍ମରେ ଦେଖାଇବାକୁ ଚେଷ୍ଟା କରିଛନ୍ତି । ପ୍ରକାଶ ଥାଉକି 'ନୋଟବୁକ' ଥାଇ ଫିଲ୍ମ 'ଦ ଟିଚର୍ସ ଡାୟରୀ'ର ହିନ୍ଦୀ ରିମେକ ଫିଲ୍ମ । ଅଣଦେଖା ପ୍ରେମର ଚିତ୍ରଣ ବହୁତ ରୋମାଣ୍ଟିକ ହୋଇଛି । କିନ୍ତୁ ଏହାକୁ ଡେଭଲପ କରିବା ପାଇଁ ବହୁତ ସମୟ ନିଆଯାଇଛି । ତଥାପି ଅନେକ ଦର୍ଶକଙ୍କୁ ଫିଲ୍ମଟି ଖୁବ୍ ଆକର୍ଷଣ କରିବାରେ ସଫଳ ହୋଇପାରିଛି । ଜାହୀର ଓ ପ୍ରନୂତନଙ୍କ ଅଭିନୟ ମଧ୍ୟ ଶାନଦାର ହୋଇଛି । ତାଙ୍କୁ ଦେଖି ଲାଗୁ ନାହିଁ କି ଦୁଇଜଣଙ୍କ ଏହା ଡେବ୍ୟୁ ଫିଲ୍ମ । ଫିଲ୍ମଟିକୁ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି ।

For All Latest Updates

ABOUT THE AUTHOR

...view details