ଓଡିଶା

odisha

ETV Bharat / sitara

Budapestରେ ପରିବାର ସହ ସମୟ ବିତାଇଲେ କଙ୍ଗନା - ବଲିଉଡ କ୍ବିନ

ବୁଦାପେଷ୍ଟରେ ପରିବାର ସହ ଛୁଟି କାଟୁଛନ୍ତି ବଲିଉଡ କ୍ବିନ କଙ୍ଗନା ରଣାୱତ । ଅଧିକ ପଢନ୍ତୁ...

Budapestରେ ପରିବାର ସହ ସମୟ ବିତାଇଲେ କଙ୍ଗନା
Budapestରେ ପରିବାର ସହ ସମୟ ବିତାଇଲେ କଙ୍ଗନା

By

Published : Aug 10, 2021, 1:54 PM IST

ନୂଆଦିଲ୍ଲୀ:ବୁଦାପେଷ୍ଟରେ ପରିବାର ସହ ସମୟ ବିତାଉଛନ୍ତି ବଲିଉଡ କ୍ବିନ କଙ୍ଗନା । ଆଗାମୀ ଫିଲ୍ମ 'ଧାକଡ' ସୁଟିଂ କରିବା ସହିତ ଭଉଣୀ ରଙ୍ଗୋଲି ଚଣ୍ଡେଲ ଓ ପୁତୁରା ପ୍ରିଥୱି ସହିତ ସମୟ କାଟୁଥିବାର କିଛି ଫଟୋକୁ ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

Budapestରେ ପରିବାର ସହ ସମୟ ବିତାଇଲେ କଙ୍ଗନା

ବୁଦାପେଷ୍ଟର ଏକ କାଫେରେ ସେ ପରିବାର ସହିତ ବେଶ ଖୁସି ଥିବା ନଜର ଆସିଛନ୍ତି । ସେଠାରେ ସେ ଡେଜର୍ଟ ଖାଉଥିବାର ଦେଖିବାକୁ ମିଳିଛି । କଙ୍ଗନାଙ୍କ ଏହି କ୍ବାଲିଟି ଟାଇମର ଲୁକ ବେଶ ପସନ୍ଦ କରିଛନ୍ତି ପ୍ରଶଂସକ । ତେବେ ଧାକଡ ଫିଲ୍ମକୁ ରାଜନିଶ ରାଜି ଘାଇ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ କଙ୍ଗନା ଜଣେ ଏଜେଣ୍ଟ ଭୂମିକାରେ ନଜର ଆସିବେ । ସେ ଏହି ଫିଲ୍ମର ସୁଟିଂ ବୁଦାପେଷ୍ଟରେ ଶେଷ କରିବାକୁ ଥିବା ବେଳେ ମଧ୍ୟପ୍ରଦେଶରେ ପ୍ରଥମେ ସୁଟିଂ ଆରମ୍ଭ କରିଥିଲେ ।

Budapestରେ ପରିବାର ସହ ସମୟ ବିତାଇଲେ କଙ୍ଗନା

ଏହାରି ମଧ୍ୟରେ କଙ୍ଗନା ଜୟଲଳିତାଙ୍କ ବାଓୋପିକ Thalaiviରେ ମଧ୍ୟ ନଜର ଆସିବେ । ଏହାସହିତ ତେଜସ ଓ ମଣିକର୍ଣ୍ଣିକା ରିଟର୍ଣ୍ଣସ ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ଏହା ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବାଓୋପିକରେ ମଧ୍ୟ ସେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details