ମୁମ୍ବାଇ: ଦେଶର ୨୯ ସାମ୍ବାଦିକ ଓ ମିଡିଆ ହାଉସ ବିରୋଧରେ ମାନହାନୀ ମକଦ୍ଦମା ଦାଏର କରିଛନ୍ତି ବଲିଉଡର ଫିଟନେସ ଆଇକନ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ପର୍ଣ୍ଣୋଗ୍ରାଫି ମାମଲାରେ ମିଥ୍ୟା ଖବର ରିପୋର୍ଟିଂ ଅଭିଯୋଗ ନେଇ ବମ୍ବେ ହାଇକୋର୍ଟରେ ଏହି ମାମଲା ଦାଏର କରି ଶିଳ୍ପା କହିଛନ୍ତି ଫଲୋୟର୍ସ ବଢାଇବା ପାଇଁ ଅଶ୍ଳୀଳ ଚଳଚ୍ଚିତ୍ର କେସରେ ମିଥ୍ୟା ଖବର ପ୍ରସାରିତ କରାଯାଇ ତାଙ୍କ ଛବି ଖରାପ କରାଯାଉଛି। ତେବେ ଆସନ୍ତାକାଲି (ଶୁକ୍ରବାର) ଏହି ମାମଲାର ହେବ ଶୁଣାଣି ।
ପର୍ଣ୍ଣୋଗ୍ରାଫି ମାମଲାରେ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ । ଅଶ୍ଳୀଳ ଫିଲ୍ମ ସୁଟିଂ ଓ ଏହାକୁ ଆପ୍ ଜରିଆରେ ପ୍ରସାରିତ କରିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ରାଜ । ପର୍ଣ୍ଣୋଗ୍ରାଫି ମାମଲାର ପେଡି ଖୋଲିବାକୁ କୁନ୍ଦ୍ରାଙ୍କ କଳାଧନ୍ଦାର କୁଣ୍ଡଳୀ ଛାନଭିନ କରୁଛି କ୍ରାଇମବ୍ରାଞ୍ଚ । ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର । ଆଉ କୁନ୍ଦ୍ରାଙ୍କ କେଳେଙ୍କାରୀ ଉପରୁ ଉଠୁଛି ରାଜ୍ର ପରଦା । ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ଚାଲିଥିବାବେଳେ ଏଥିରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭୂମିକା ଉପରେ ଉଠିଥିଲା ପ୍ରଶ୍ନ । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟରେ ହୋଇଥିଲା ଜୋରଦାର ଚର୍ଚ୍ଚା ।