ହାଇଦ୍ରାବାଦ:ଖୁବଶୀଘ୍ର ଆକ୍ସନ ଅନ୍ଦାଜରେ ନଜର ଆସିବାକୁ ଯାଉଛନ୍ତି ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ । ସେ ନିଜ ଆଗାମୀ ଫିଲ୍ମ 'ୟଶୋଦା' ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଫିଲ୍ମରେ ସେ ଷ୍ଟଣ୍ଟ କରିବାକୁ ଥିବା ବେଳେ ଫ୍ରେଞ୍ଚ ଷ୍ଟଣ୍ଟମ୍ୟାନ Yannick Benଙ୍କଠୁ ଟ୍ରେନିଂ ନେଉଛନ୍ତି । ପୂର୍ବରୁ ବେନଙ୍କ ସହ ସାମନ୍ଥା The Family Man 2 ସିରିଜ ପାଇଁ ଷ୍ଟଣ୍ଟ ଶିଖିଥିଲେ । ପୁଣି ଦ୍ବିତୀୟ ଥର ପାଇଁ ସେ ବେନଙ୍କ ସହିତ କାମ କରିବାକୁ ଯାଉଛନ୍ତି ।
ସାମନ୍ଥା ଏହି ଫିଲ୍ମରେ ଏକ ବଳିଷ୍ଠ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଏଥିଲାଗି ସେ ଷ୍ଟଣ୍ଟର ଶିକ୍ଷା ଗ୍ରହଣ କରୁଛନ୍ତି । ୟଶୋଦା ଫିଲ୍ମରେ ହରି ଓ ହରିଶ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହାକୁ ଶିବଲେଙ୍କା କ୍ରିଷ୍ଣା ପ୍ରସାଦ ପ୍ରଯୋଜନା କରୁଥିବା ବେଳେ ଅନ୍ୟ କଳାକାରଙ୍କ ମଧ୍ୟରେ ତାମିଲ ଆକ୍ଟର ବରଲକ୍ଷ୍ମୀ ଶରତକୁମାର ରହିଛନ୍ତି । ଏହି ଫିଲ୍ମ ପାଇଁ ୩ କୋଟିର ସୁଟିଂ ସେଟ ନିର୍ମାଣ କରାଯାଇଛି । ଏହି ଫିଲ୍ମ ପାଇଁ ଏକ ୭ ତାରକା ହୋଟେଲର ସେଟ୍ ନିର୍ମାଣ କରଯାଇଛି । ଯାହାକି ସବୁଠୁ ଅଧିକ ଦାମି ବୋଲି ଜଣାପଡ଼ିଛି ।