ଓଡିଶା

odisha

ETV Bharat / sitara

କାର୍ଗିଲ ବିଜୟ ଦିବସରେ 'ଉରି' ରି-ରିଲିଜ, ଗର୍ବିତ ଭିକ୍କୀ - vicky kaushal posted heartwarming note

ମହାରାଷ୍ଟ୍ରରେ 500ଟି ସିନେମା ଘରେ ଆଜି ଦ୍ବିତୀୟ ଥର ରିଲିଜ ହୋଇଯାଇଛି ସୁପରହିଟ ଫିଲ୍ମ 'ଉରି' । ଯାହାକୁ ନେଇ ସମ୍ମାନିତ ଅନୁଭବ କରୁଛନ୍ତି ଅଭିନେତା ଭିକ୍କୀ କୌଶଲ ।

ଡିଜାଇନ ଫଟୋ

By

Published : Jul 26, 2019, 12:42 PM IST

ମୁମ୍ବାଇ: କାର୍ଗିଲ ବିଜୟ ଦିବସ ଅବସରେ ଅଭିନେତା ଭିକ୍କୀ କୌଶଲଙ୍କ ବ୍ଲକବଷ୍ଟର ଫିଲ୍ମ 'ଉରି ଦ ସର୍ଜିକାଲ ଷ୍ଟ୍ରାଇକ'କୁ ଦ୍ବିତୀୟ ଥରେ ମହାରାଷ୍ଟ୍ରରେ ରିଲିଜ କରାଯାଇଛି । ଫିଲ୍ମଟି ପୂର୍ବରୁ ବିଶ୍ବସ୍ତରରେ 345 କୋଟି ଆୟ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା । ଆଜି ମହାରାଷ୍ଟ୍ରର 500ଟି ସିନେମା ଘରେ ମାଗଣାରେ ଫିଲ୍ମ ଦେଖିବେ ଦର୍ଶକ । ଏହି ଅବସରରେ ଲିଡ ଅଭିନେତା ଭିକ୍କୀ ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ନୋଟ ସେୟାର କରିଛନ୍ତି ।

ଫିଲ୍ମର ଗୋଟିଏ ଷ୍ଟିଲ ଫଟୋ ସେୟାର କରି ଇନଷ୍ଟାଗ୍ରାମରେ ଭିକ୍କୀ ଲେଖିଛନ୍ତି, "ମୁଁ ଏହି ଅବସରରେ ବହୁତ ଖୁସି ହେବା ସହ ସମ୍ମାନିତ ଅନୁଭବ କରୁଛି । ମହାରାଷ୍ଟ ସରକାରଙ୍କ ସାହାଯ୍ୟ ଦ୍ବାରା ଫିଲ୍ମ ଉରି ପୁଣି ମହାରାଷ୍ଟ୍ରରେ ରିଲିଜ ହୋଇପାରିଛି । ଯାହା ପାଇଁ ସରକାରଙ୍କୁ ଅନେକ ଅନେକ ଧନ୍ୟବାଦ । ଜୟ ହିନ୍ଦ ।"

ଅନ୍ୟପଟେ ଭିକ୍କୀଙ୍କ ପୋଷ୍ଟରେ 'ଉରି' ନିର୍ଦ୍ଦେଶକ ଆଦିତ୍ୟ ଧର ମଧ୍ୟ କମେଣ୍ଟ କରି ଲେଖିଛନ୍ତି, "ଉରିର କିଛି ଶୋ 18ରୁ 25 ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା କରିଦିଆଯାଇଛି ।" ପ୍ରକାଶ ଥାଉ କି 'ଉରି' ଏବର୍ଷ ଜାନୁଆରୀ 11ରେ ବକ୍ସ ଅଫିସରେ ରିଲିଜ ହୋଇଥିଲା ।

ଏହି ଫିଲ୍ମଟି ଭାରତୀୟ ସେନା ଦ୍ବାରା ଉରିରେ ଥିବା ପାକିସ୍ତାନୀ ଆତଙ୍କବାଦୀ ଉପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ । ଫିଲ୍ମରେ ଭିକ୍କୀଙ୍କ ବ୍ୟତୀତ ଅଭିନେତ୍ରୀ ୟାମି ଗୌତମ, ପରେଶ ରାୱଲ ଓ ମୋହିତ ରୈନା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଉରି ଭାରତରେ ପାଖାପାଖି 240 କୋଟି ଆୟ କରିବାରେ ସଫଳ ହୋଇଥିଲା ।

ABOUT THE AUTHOR

...view details