ଲସ୍ ଆଞ୍ଜେଲସ୍: ଆମେରିକାର ଫେମସ ଟକ୍ ସୋ ହୋଷ୍ଟ ଲ୍ୟାରି କିଙ୍ଗ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ଏବଂ ତାଙ୍କୁ ଏଠାରେ ଥିବା ଏକ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।
ରବିବାର ଆମେରିକାର ମିଡିଆ ରିପୋର୍ଟରୁ ଏହି ସୂଚନା ମିଳିଛି । ଲ୍ୟାରି କିଙ୍ଗଙ୍କୁ 87 ବର୍ଷ ବୟସ ।
ପୂର୍ବତନ ସିଏନ୍ଏନ୍ ସାକ୍ଷାତକାରକାରୀଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ, ଲ୍ୟାରି ଏକ ସପ୍ତାହରୁ ଅଧିକ ସମୟ ଧରି ସେଡାର୍ସ-ସିନାଇ ମେଡିକାଲରେ ଅଛନ୍ତି । ତାଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବା ବିଷୟରେ କିଙ୍ଗର ପ୍ରତିନିଧୀମାନେ ସର୍ବସାଧାରଣରେ କିଛି ସୂଚନା ଦେଇନାହାଁନ୍ତି । ତାଙ୍କର ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ମଧ୍ୟ ସମ୍ପୂର୍ଣ୍ଣ କିଛି ସୂଚନା ମିଳିନାହିଁ ।