ଓଡିଶା

odisha

ETV Bharat / sitara

ରିଲିଜ ହେଲା ‘କାଲିର ଅତୀତ’ ଟ୍ରେଲର - ‘କାଲିର ଅତିତ’ ଟ୍ରେଲର

ରିଲିଜ ହେଲା ବହୁ ପ୍ରତିକ୍ଷିତ ‘କାଲିର ଅତୀତ’ର ଟ୍ରେଲର୍ । ଓସ୍କାର ରେସରେ ଥିବା କାଲିର ଅତୀତ ଟ୍ରେଲରକୁ ୟୁଟ୍ୟୁବରେ ରିଲିଜ କରାଯାଇଛି । ଅଧିକ ପଢନ୍ତୁ...

ରିଲିଜ ହେଲା ‘କାଲିର ଅତିତ’ ଟ୍ରେଲର
ରିଲିଜ ହେଲା ‘କାଲିର ଅତିତ’ ଟ୍ରେଲର

By

Published : Feb 23, 2021, 4:11 PM IST

Updated : Feb 23, 2021, 5:46 PM IST

ଭୁବନେଶ୍ବର: ରିଲିଜ ହେଲା ବହୁ ପ୍ରତିକ୍ଷିତ ‘କାଲିର ଅତୀତ’ର ଟ୍ରେଲର୍ । ଓସ୍କାର ରେସରେ ଥିବା କାଲିର ଅତୀତର ଟ୍ରେଲରକୁ ୟୁଟ୍ୟୁବରେ ରିଲିଜ କରାଯାଇଛି । ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ।

ସେ ଟ୍ବିଟ କରି ଲେଖିଛନ୍ତି, ‘ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ବର୍ଷ, ଶିକ୍ଷାରେ ପରିପୂର୍ଣ୍ଣ ବର୍ଷ, ନିର୍ଦ୍ଦେଶକ ଭାବରେ ମୋର ପ୍ରଥମ ଓଡିଆ ଚଳଚ୍ଚିତ୍ରର ଟ୍ରେଲରକୁ ଉପସ୍ଥାପନ କରିବାକୁ ଉତ୍ସାହିତ ଏବଂ ଗୌରବାନ୍ବିତ । ମୋ ମାତୃଭାଷାରେ ଚଳଚ୍ଚିତ୍ର ପ୍ରଦର୍ଶନ କରି ଗର୍ବିତ ’ । ଟ୍ରେଲରରେ ବିପର୍ଯ୍ୟୟର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ବନ୍ୟାର ପ୍ରଳୟରେ ନିଜ ପରିବାରକୁ ହରାଇଥିବା ବ୍ୟକ୍ତି କିପରି ନିଜ ପରିବାରକୁ ଭେଟିବାକୁ ବ୍ୟାକୁଳ ହେଉଛି, ସେ ନେଇ କାହାଣୀର ପରିକଳ୍ପନା ।

ପ୍ରକାଶଥାଉକି, ୨୮ ତମ ପ୍ରାଗ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ‘ଫେବିଓଫେଷ୍ଟ’ରେ ଏହି ସିନେମାକୁ ଆମନ୍ତ୍ରଣ କରାଯାଇଛି । ଏପ୍ରିଲ ୨୯ ରୁ ଆରମ୍ଭ ହୋଇ ମେ ୭ ପର୍ଯ୍ୟନ୍ତ ଚାଲିବ ଏହି ଫେଷ୍ଟିଭାଲ । ଏନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ନୀଳ ମାଧବ ପଣ୍ଡା । ଏନେଇ ବିଶ୍ଵର କୋଣ ଅନୁକୋଣରେ ଥିବା ଓଡିଆ ଦର୍ଶକ ଶୁଭେଚ୍ଛା ଦେଇଛନ୍ତି।

2006ରେ ଏକ ନଳକୂଅ ଫଟୋକୁ ଖବରକାଗଜରେ ଦେଖି ଏହି ସିନେମା ଆରମ୍ଭ କରିଥିଲେ ନୀଳମାଧବ ପଣ୍ଡା । ନଳକୂପଟି ସମୁଦ୍ରରେ ବୁଡିଯାଇଥିଲା ଓ ଚିତ୍ରଟି ସମୁଦ୍ର ପତନର ବୃଦ୍ଧିର ଭୟାନକ ସତ୍ୟ ସାମ୍ନାକୁ ଆଣିଥିଲା । 83 ମିନିଟ୍ ଏ ଫିଲ୍ମଟି କେନ୍ଦ୍ରାପଡାରେ ସୁଟିଂ ହୋଇଛି । ଏହି ଫିଲ୍ମକୁ ଗତ ଜାନୁଆରୀରେ ଆଇଏଫଏଫଆଇ ପାନୋରାମା ବର୍ଗରେ ପଦର୍ଶିତ କରାଯାଇଥିଲା । ପୀତବାସ ତ୍ରିପାଠୀ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ୪୦ ଦିନରେ ସିନେମାଟି ନିର୍ମାଣ କରାଯାଇଛି । ମଣିଷ ଓ ସମୁଦ୍ର ମଧ୍ୟରେ ସଂଘର୍ଷକୁ ଏଥିରେ ଅତି ସୁନ୍ଦର ଭାବେ ଉପସ୍ଥାପନା କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Feb 23, 2021, 5:46 PM IST

ABOUT THE AUTHOR

...view details