ହାଇଦ୍ରାବାଦ: ଟଲିଉଡ଼ ଅଭିନେତା ସାଇଧରମ ତେଜଙ୍କ ଦୁର୍ଘଟଣା ଘଟିଥିବା ସୂଚନା । ତେଲେଙ୍ଗାନା ହାଇଦ୍ରାବାଦର ଦୁର୍ଗମ ଚେରୁଭୁ ବ୍ରିଜ ନିକଟରେ ତାଙ୍କର ଦୁର୍ଘଟଣା ଘଟିଛି । ତେବେ ସେ ଏକ ସ୍ପୋର୍ଟସ ବାଇକରେ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ଦୁର୍ଘଟଣାରେ ଟଲିଉଡ ଅଭିନେତା ଗୁରୁତର, ହସ୍ପିଟାଲରେ ଭର୍ତ୍ତି - ସାଇଧରମ ତେଜ ଦୁର୍ଘଟଣାଗ୍ରସ୍ତ
ଦୁର୍ଘଟଣାର ଶୀକାର ଟଲିଉଡ଼ ଆକ୍ଟର ସାଇ ଧରମ । ତେଲେଙ୍ଗାନାର ହାଇଦ୍ରାବାଦ ଦୁର୍ଗମ ଚେରୁଭୁ ବ୍ରିଜ ନିକଟରେ ଘଟିଛି ଏହି ଦୁର୍ଘଟଣା । ଅଧିକ ପଢନ୍ତୁ...

ଟଲିଉଡ଼ ଆକ୍ଟର Sai Dharam ଦୁର୍ଘଟଣାଗ୍ରସ୍ତ
ସେ ବାଇକ ଚଲାଉଥିବା ସମୟରେ ତଳେ ଖସିପଡିଥିଲେ । ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ । ଏ ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି । ଚିକିତ୍ସା ପାଇଁ ତାଙ୍କୁ ମେଡିକଭର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ