ନୂଆଦିଲ୍ଲୀ: ଆଜି ହେଉଛି ବଲିଉଡ ଅଭିନେତ୍ରୀ ଶବାନା ଆଜମିଙ୍କ ଜନ୍ମଦିନ । ଶହେରୁ ଅଧିକ ବଲିଉଡ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଶବାନା ଆଜମି ଆଜି 71 ବର୍ଷରେ ପାଦ ଥାପିଛନ୍ତି । ଶବାନା ଆଜମି ୧୮ ସେପ୍ଟେମ୍ବର ୧୯୫୦ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ । ଶବାନା ଫିଲ୍ମ ମାସୁମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିଲେ ଶବାନା । ସେ ଫିଲ୍ମ ସହିତ ନିଜର ବୈବାହିକ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଆସିଛନ୍ତି । ସେ ନିଜଠାରୁ 10 ବର୍ଷ ବଡ ଗୀତିକାର ତଥା ଲେଖକ ଜାଭେଦ୍ ଅଖତରଙ୍କୁ ବିବାହ କରିଥିଲେ। ଯିଏ ପୂର୍ବରୁ ବିବାହିତ ଏବଂ ଦୁଇ ସନ୍ତାନର ପିତା ଅଟନ୍ତି ।
ଶବାନା ଆଜମି ପ୍ରସିଦ୍ଧ କବି କୈଫି ଆଜମିଙ୍କ ଝିଅ । ଏହି କଥା ସେହି ସମୟର, ଯେତେବେଳେ ଶବାନା ବଲିଉଡରେ ନିଜର ପ୍ରଥମ ପାଦ ପକାଇଥିଲେ ଏବଂ ଜାଭେଦ ଅଖତର ମଧ୍ୟ ସେହି ସମୟରେ ଏକ ବଡ ନାମ ଅର୍ଜନ କରିସାରିଥିଲେ । ଜାଭେଦ ଅଖତର ପ୍ରାୟତଃ କୈଫି ଆଜମିଙ୍କ ଘରକୁ ଯିବା ଆସିବା କରୁଥିଲେ। ଏହି ସମୟ ମଧ୍ୟରେ ଶବାନା ତାଙ୍କୁ ଭେଟିଥିଲେ, ଏବଂ ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଯେତେବେଳେ କୈଫି ଆଜମୀ, ଶବାନା ଏବଂ ଜାଭେଦଙ୍କ ସମ୍ପର୍କ ବିଷୟରେ ଜାଣିଲେ, ସେତେବେଳେ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ।