ଓଡିଶା

odisha

ETV Bharat / sitara

ମିଳିଲା ପାଇକ ବିଦ୍ରୋହକୁ ସମ୍ମାନ, ହଟିଲା ଫିଲ୍ମ ‘ସାଏରା ନରସିହ୍ମା’ରୁ ଭୁଲ ତଥ୍ୟ - ହଟିଲା ଫିଲ୍ମ ସାଏରା ନରସିହ୍ମାରୁ ଭୁଲ ତଥ୍ୟ

ଓଡିଶାର ପାଇକ ବିଦ୍ରୋହକୁ ସମ୍ମାନ ମିଳିଛି । ଇଂରେଜଙ୍କ ବିରୋଧରେ ପ୍ରଥମ ଯୁଦ୍ଧକୁ ସଠିକ୍ ଦର୍ଶାଉଥିବା ତେଲୁଗୁ ଫିଲ୍ମରୁ ହଟିଛି ଦୃଶ୍ୟ ।

ଡିଜାଇନ ଫଟୋ

By

Published : Oct 1, 2019, 1:47 PM IST

Updated : Oct 1, 2019, 3:44 PM IST


ଭୁବନେଶ୍ବର: ଓଡିଶାର ବିଜୟ । ତେଲୁଗୁ ସିନେମାରୁ ହଟିଲା ଭୁଲ ତଥ୍ୟ । 1846ର ଆନ୍ଧ୍ରପ୍ରଜା ମେଳୀକୁ ପ୍ରଥମ ଇଂରେଜ ବିରୁଦ୍ଧ ଆନ୍ଦୋଳନ ଭାବେ ତେଲୁଗୁ ଫିଲ୍ମ ସାଏରା ନରସିହ୍ମା ରେଡ୍ଡିରେ ଚିତ୍ରଣ କରାଯାଇଥିଲା । ଯାହାକୁ ନେଇ ଓଡିଶାରେ ବିଦ୍ରୋହ ହୋଇଥିଲା କାରଣ 1817 ଖୋର୍ଦ୍ଧାର ପାଇକ ବିଦ୍ରୋହ ପ୍ରଥମ ଇଂରେଜ ବିରୁଦ୍ଧ ଆନ୍ଦୋଳନ ଥିଲା ।

ଭିିଡିଓ ସୌଜନ୍ୟ: ପ୍ରତିିନିଧି, ଭୁବନେଶ୍ବର

ରାଜନେତା ସମେତ ଓଡିଶାବାସୀ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ । ଶେଷରେ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସର୍ଟିଫିକେଟ(CBFC) ‘ସାଏରା ନରସିଂହା ରେଡ୍ଡି’ର ପ୍ରଯୋଜକଙ୍କୁ ଫିଲ୍ମର କେତୋଟି ଦୃଶ୍ୟ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ବିଦ୍ରୋହ ବୋଲି ଦାବି କରୁଥିବା ଏହି ଫିଲ୍ମର ଦୃଶ୍ୟକୁ ହଟାଯାଇଛି ।


ତେବେ ଫିଲ୍ମଟି ଅକ୍ଟୋବର 2ରେ ଚାରୋଟି ଭାଷାରେ ରିଲିଜ ହେବ । ତେଲୁଗୁ, ହିନ୍ଦି, ତାମିଲ ଓ ମାଲୟଲାମ ଭାଷାରେ ପୁରା ଦେଶରେ ରିଲିଜ କରାଯିବ । ଏଥିରେ ଚିରଞ୍ଜୀବିଙ୍କ ସମେତ ଅମିତାଭ ବଚ୍ଚନ, ନୈନତାରା, ତମ୍ମନା, ବିଜୟ ସେଥୁପତି, କିଚ୍ଚା ସୁଦୀପ ଆଦି ନଜର ଆସିବେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Oct 1, 2019, 3:44 PM IST

ABOUT THE AUTHOR

...view details