ଓଡିଶା

odisha

By

Published : Apr 1, 2021, 10:58 PM IST

ETV Bharat / sitara

ଉତ୍କଳ ଦିବସରେ ପରଦାକୁ ଆସିଲା “ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୁର”

ଉତ୍କଳ ଦିବସରେ ପରଦାକୁ ଆସିଲା ଓଡ଼ିଆ ଚଳଚ୍ଚିତ୍ର “ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୁର” । ନିଜସ୍ୱ ଶୈଳୀରେ ନିର୍ମିତ ଏହି ନିଛକ ଓଡ଼ିଆ ଚଳଚ୍ଚିତ୍ରରେ ରହିଛି ଭରପୁର ମନୋରଞ୍ଜନ । ଅଧିକ ପଢନ୍ତୁ...

The Oriya film "Tumhe Mo Shankha Tumhe Mo Sindur" has come to the screen
ଉତ୍କଳ ଦିବସରେ ପରଦାକୁ ଆସିଲା “ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୁର”

ଭୁବନେଶ୍ବର:ଉତ୍କଳ ଦିବସରେ ପରଦାକୁ ଆସିଲା ଓଡ଼ିଆ ଚଳଚ୍ଚିତ୍ର “ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୁର” । ନିଜସ୍ୱ ଶୈଳୀରେ ନିର୍ମିତ ଏହି ନିଛକ ଓଡ଼ିଆ ଚଳଚ୍ଚିତ୍ରରେ ରହିଛି ଭରପୁର ମନୋରଞ୍ଜନ । ଓଡ଼ିଶାର ୨୫ ଟି ଫିଲ୍ମ ହଲରେ ଏହି ଚଳଚ୍ଚିତ୍ରଟି ଆଜି (ଗୁରୁବାର) ପରଦାକୁ ଆସିଛି । ଏହି ଅବସରରେ ଭୁବନେଶ୍ୱରର ଏସପ୍ଳାନେଡ ସିନେପଲ୍ସ ପ୍ରେମିଏର ଶୋ’ ଦେଖିବାକୁ ମିଳିଥିଲା ।

ପ୍ରଥମ ଦିନର ପ୍ରଥମ ଶୋରେ କଂଗ୍ରେସର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମେତ ଅନେକ ଦର୍ଶକ ଫିଲ୍ମଟି ଦେଖିଥିଲେ । ଫିଲ୍ମର ନାୟକ ଭୂମିକାରେ ଅଭିଷେକ ରଥ ନଜର ଆସିଥିବା ଥିବା ବେଳେ ନାୟିକା ଭାବେ ମହିମା ଓ ଅଙ୍କିତା ନଜର ଆସିଛନ୍ତି ।

ଉତ୍କଳ ଦିବସରେ ପରଦାକୁ ଆସିଲା “ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୁର”

ବନ ସ୍ବର୍ଣ୍ଣ ଟେଲିଭିଜିନ୍ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମଟି ସମସ୍ତ ବର୍ଗର ଦର୍ଶକଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ହ୍ୟମାନ ସାଗର, ସ୍ୱୟମ୍ ପାଢୀ, ଇରା ମହାନ୍ତି ଙ୍କ ଭଳି ଜଣାଶୁଣା କଣ୍ଠଶିଳ୍ପୀ ଏହି ଫିଲ୍ମରେ କଣ୍ଠଦାନ କରିଛନ୍ତି ।

ରୋମାନ୍ସ, ଫ୍ୟାମିଲି ଡ୍ରାମା ଓ ଆଇଟମ୍ ନମ୍ବରକୁ ନେଇ ଫିଲ୍ମଟି ତିଆରି ହୋଇଥିବା ବେଳେ ଓଡ଼ିଆ ଦର୍ଶକଙ୍କୁ ବେଶ ଭଲ ଲାଗିବ ବୋଲି କହିଛନ୍ତି ପ୍ରଯୋଜକ ବଦ୍ରିନାଥ ପଟ୍ଟନାୟକ । ଏହାସହ ଓଡ଼ିଆ ମୌଳିକ କଥା ବସ୍ତୁକୁ ନେଇ ତିଆରୀ ହୋଇଥିବା ଏହି ଫିଲ୍ମଟି ଦର୍ଶକଙ୍କୁ ଭଲ ଲାଗିବ ତେଣୁ ନିକଟସ୍ଥ ହଲରେ ଆସି ଦେଖି ନିଜର ମତ ରଖିବାକୁ କହିଛନ୍ତି ନାୟକ ଓ ନାୟିକା ।


ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details