ହାଇଦ୍ରାବାଦ: ବିଦାୟ ନେବ 2021 । ପୁଣି ନୂତନ ଆଶା ଓ ସମ୍ଭାବନା ସହ ଏକ ନୂଆ ବର୍ଷ ଦେଖିବେ ଲୋକେ । ତେବେ ଏହି 365 ଦିନରେ ଅନେକ ଗୁଡିଏ ଘଟଣା ଦୁର୍ଘଟଣାର ମୁକସାକ୍ଷୀ ପାଲଟିଥିଲା 2021 । ବିଶେଷକରି ମନୋରଞ୍ଜନ ଜଗତ ପାଇଁ ବର୍ଷଟି ବେଶ୍ ଘଟଣାବହୁଳ ରହିଥିଲା । ଲକଡାଉନ, ସଟଡାଉନ ଭିତରେ ଚଳିତ ବର୍ଷ ସୁଖର ସଂସାର ଗଢିଥିଲେ ଅନେକ ସେଲିବ୍ରେଟି । ବଲିଉଡ ଏବଂ ଓଲିଉଡରେ ବାଜଥିଲା ବହୁ ତାରକାଙ୍କ ଶାହାନାଇ । ଜନ୍ମ ଜନ୍ମ ପାଇଁ ସାଥୀ ହୋଇଥିଲେ ସେଲିବ୍ରେଟି ଲଭ ବାର୍ଡ । କିଏ ସିକ୍ରେଟ୍ ମ୍ୟାରେଜ୍ କରିଥିଲେ ତ ପୁଣି କିଏ ରାଜକୀୟ ଢଙ୍ଗରେ ସର୍ବସମ୍ମୁଖରେ ନେଇଥିଲେ ସାତଫେରା । ପୁଣି ଏଇ ବର୍ଷ, ବର୍ଷ ବର୍ଷର ସମ୍ପର୍କରେ ପଡିଥିଲା ଯବନୀକା । ଅଲଗା ହୋଇଥିଲେ ଷ୍ଟାରଦମ୍ପତି । ଦିନ କେଇଟା ପରେ ବିଦାୟ ନେବ 2021 । ଏହି ବର୍ଷ ସିନା ବିଦାୟ ନେଉଛି, ହେଲେ ବର୍ଷକ ମଧ୍ୟରେ ଘଟିଥିବା ଏହିସବୁ ମିଳନ ଏବଂ ବିଚ୍ଛେଦର ଚିହ୍ନ ଛାଡିଯାଉଛି ଛାତିରେ । ଗୋଟିଏ ବର୍ଷ ମଧ୍ୟରେ ଅନେକ ତାରାକାଙ୍କ ହୃଦୟ ମିଶିଛି ଏବଂ ଅନେକଙ୍କ ହୃଦୟ ଭାଙ୍ଗିଛି । ଜାଣନ୍ତୁ ସେଭଳି କିଛି ସେଲିବ୍ରେଟିଙ୍କ ସମ୍ପର୍କରେ...
୨୦୨୧ରେ ବଲିଉଡ ବିବାହ:
କ୍ୟାଟ୍ରିନା କୈଫ ଓ ଭିକି କୌଶଲ
୨୦୨୧ରେ ଧୁମ୍ ଗାର୍ଲ କ୍ୟାଟ୍ରିନା କୈଫଙ୍କର ବାଜିଥିଲା ଶାହନାଇ । ଅଭିନେତା ଭିକି କୌଶଲଙ୍କ ହାତ ଧରିଥିଲେ କ୍ୟାଟ୍ । ଉଭୟ ରିଲେସନରେ ଥିବା ଦୀର୍ଘ ଦିନ ଧରି ଚର୍ଚ୍ଚା ହେବା ପରେ ଶେଷରେ ସବୁ କଳ୍ପନା ଜଳ୍ପନାରେ ଯବନୀକା ଟାଣିଥିଲେ କ୍ୟାଟ୍ରିନା । ଡିସେମ୍ବର ୯ ତାରିଖ ଦିନ ବି-ଟାଉନ ସୁନ୍ଦରୀ କ୍ୟାଟ୍ରିନା ରାଜକୀୟ ଢଙ୍ଗରେ ଭିକିଙ୍କୁ ବିବାହ କରିଥିଲେ । ରାଜସ୍ଥାନର ଯୋଧପୁର ସ୍ଥିତ ସୱାଇ ମାଧୋପୁର ସିକ୍ସ ସେନ୍ସ ଫୋର୍ଟରେ ସେମାନଙ୍କ ବିବାହ ହୋଇଥିଲା । କିନ୍ତୁ ନିଜ ବିବାହର ଫଟୋ ଏବଂ ଭିଡିଓକୁ ସେମାନେ ସିକ୍ରେଟ ରଖିଥିଲେ । ତାଙ୍କ ବିବାହରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କୁ ମଧ୍ୟ ଫୋନ୍ ବ୍ୟବହାର ପାଇଁ ଅନୁମତି ନଥିଲା । ପରେ ଭିକି-କ୍ୟାଟ୍ ସେମାନଙ୍କ ବିବାହ ସମୟର ଭିଡିଓ ଦୁଇ କୋଟି ଟଙ୍କାରେ ଏକ ଓଟିଟି ପ୍ଲାଟଫର୍ମକୁ ଟେକିଥିଲେ ।
ରାଜକୁମାର ରାଓ ଓ ପତ୍ରଲେଖା:
ଚଳିତ ବର୍ଷ ଅଭିନେତା ରାଜକୁମାର ରାଓ ହାତକୁ ଦି ହାତ ହୋଇଥିଲେ । ନଭେମ୍ବର ୧୫ ତାରିଖରେ ରାଜକୁମାର ନିଜ ଗାର୍ଲଫ୍ରେଣ୍ଡ ପତ୍ରଲେଖାଙ୍କୁ ନିଜ ଜୀବନସାଥୀ କରିଥିଲେ । ପରିବାର ଏବଂ ବନ୍ଧୁ ସମ୍ପର୍କୀୟଙ୍କ ଉପସ୍ଥିତିରେ ପାରମ୍ପରିକ ହିନ୍ଦୁ ରୀତିନୀତି ସହ ସେମାନଙ୍କ ବିବାହ ହୋଇଥିଲା । ଚଣ୍ଡିଗଡସ୍ଥିତ ଓବରୟେ ସୁଖଭିଲାସ ସ୍ପା ରିସର୍ଟ ଠାରେ ଉଭୟଙ୍କ ବିବାହ ଉତ୍ସବ ଆୟୋଜନ କରାଯାଇଥିଲା । ରାଜକୁମାରଙ୍କ ବିବାହ ସମୟର ଏକ ଭିଡିଓ ଖୁବ୍ ଲାଇମ ଲାଇଟକୁ ଆସିଥିଲା । ଯେଉଁଥିରେ ପତ୍ନୀ ପତ୍ରଲେଖା ରାଜକୁମାରଙ୍କ ମୁଣ୍ଡରେ ସିନ୍ଦୁର ପିନ୍ଧାଇଥିବାର ନଜର ଆସିଥିଲେ ।
ବରୁଣ ଧାୱନ ଓ ନତାଶା ଦଲାଲ:
୨୦୨୧ରେ ବଲିଉଡ ହ୍ୟାଣ୍ଡସମ୍ ଷ୍ଟାର ବରୁଣ ଧାୱନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଜାନୁୟାରୀ ୨୪ରେ ନିଜ ପିଲାଦିନର ସୁଇଟହାର୍ଟ ନତାଶାଙ୍କୁ ବିବାହ କରିଥିଲେ ବରୁଣ । କୋରୋନା କଟକଣା ଭିତରେ ଉଭୟ ବିବାହ କରିଥିବାବେଳେ ବଲିଉଡର ଅନେକ ବିଗ୍ ଫେମ୍ ସେମାନଙ୍କ ବିବାହରେ ସାମିଲ ହୋଇନଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।
ୟାମି ଗୌତମ ଓ ଆଦିତ୍ୟ ଧର:
ଏ ବର୍ଷ କାବିଲ୍ ଅଭିନେତ୍ରୀ ୟାମି ଗୌତମଙ୍କ ମୁଣ୍ଡରେ ମଧ୍ୟ ସିନ୍ଦୁର ଲାଗିଥିଲା । ୟାମି ଜୁନ୍ ୪ ତାରିଖରେ ଉରି ଫିଲ୍ମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହ ସିକ୍ରିଟେ ମ୍ୟାରେଜ କରିଥିଲେ । ଏହି ବଲିଉଡ ସେଲିବ୍ରେଟିଙ୍କ ବିବାହ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା । ହିମାଚଳ ପ୍ରଦେଶସ୍ଥିତ ୟାମିଙ୍କ ଫାର୍ମ ହାଉସରେ ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ଚୁଲବୁଲ୍ ଅଭିନେତ୍ରୀ ଆଦିତ୍ୟଙ୍କ ହାତ ଧରିଥିଲେ ।
ଦିୟା ମିର୍ଜା ଓ ବୈଭବ ରେଖି:
ଏ ବର୍ଷ ଅଭିନେତ୍ରୀ ଦିୟା ମିର୍ଜାଙ୍କର ମଧ୍ୟ ସବାରୀ ଉଠିଥିଲା । ଫେବୃୟାରୀ ୧୫ ତାରିଖରେ ବ୍ୟବସାୟୀ ବୈଭବ ରେଖିଙ୍କ ସହ ସାତଫେରା ନେଇଥିଲେ ଦିୟା । ବୈଭବଙ୍କ ସହ ଅଭିନେତ୍ରୀ ଦିୟା ଦ୍ବିତୀୟ ବିବାହ କରିଥିବାବେଳେ ଜଣେ ମହିଳା ପଣ୍ଡିତ ସେମାନଙ୍କର ବିବାହ କରାଇଥିଲେ ।
ଅଙ୍କିତା ଲୋଖଣ୍ଡେ-ଭିକ୍କି ଜେନ: