ହାଇଦ୍ରାବାଦ:କୋରୋନା କବଳରେ ତେଲୁଗୁ ଷ୍ଟାର ଜୁନିଅର ଏନଟିଆର । ଏହାକୁ ନେଇ ସେ ଟ୍ବିଟ୍ କରି ନିଜ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି । କୋରୋନା ଭାଇରସରେ ସଂକ୍ରମିତ ହେବାପରେ ବର୍ତ୍ତମାନ ସେ ଆଇସୋଲେସନରେ ରହିଛନ୍ତି । ଦେଶରେ ହୁହୁ ହୋଇ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏଭଳିସ୍ଥିତିରେ ସଭିଁଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ଏହି ତେଲୁଗୁ ଷ୍ଟାର ।
କିଛି ଦିନ ହେଲା ଜୁନିଅର ଏନଟିଆରଙ୍କ ଦେହର କୋରୋନାର କିଛି ଲକ୍ଷଣ ଦେଖା ଦେଇଥିଲା । ଏହାପରେ ସେ ନିଜର କୋରୋନା ଯାଞ୍ଚ କରାଇଥିଲେ । ତାଙ୍କ କୋରୋନା ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସିଛି । ଏହାକୁ ନେଇ ସେ ଟ୍ବିଟ କରିଛନ୍ତି ଯେ, "ମୁଁ କୋରୋନା ସଂକ୍ରମିତ ହୋଇଛି । ଏଥିପାଇଁ ସେ କେହି ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ଡାକ୍ତରଙ୍କ ତତ୍ତ୍ବାବଧାନରେ କୋରୋନାର ସମସ୍ତ ଗାଇଡଲାଇନ ପାଳନ କରୁଛି । ମୋ ସହିତ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ ଦୟାକରି ନିଜର କୋରୋନା ଯାଞ୍ଚ କରାଇ ନିଅନ୍ତୁ । ସୁରକ୍ଷିତ ରୁହନ୍ତୁ ।"
ଜୁନିଅର ଏନଟିଆର ଏସଏସ ରାଜମୌଲିଙ୍କ ମେଗା ଚଳଚ୍ଚିତ୍ର ଆରଆରଆର(RRR)ରେ ନଜର ଆସିବେ । ଏଥିରେ ଜୁନିଅର ଏନଟିଆରଙ୍କ ସହ ରାମ ଚରଣ ନଜର ଆସିବେ । ଖାଲି ସେତିକି ନୁହେଁ ଆଲିଆ ଭଟ୍ଟ ଓ ଅଜୟ ଦେବଗନଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି ।