ଓଡିଶା

odisha

ETV Bharat / sitara

ସର୍ଟମୁଭିର ବଢୁଛି କ୍ରେଜ, ଆସୁଛି ‘ରିଭଲବର’ - ତପି ମିଶ୍ର ଅଭିନୀତ ୱେବ ସିରିଜ ରିଭଲବର

ଆସନ୍ତା କାଲି(ମଙ୍ଗଳବାର) ଦର୍ଶକଙ୍କ ପାଇଁ ରହିଛି ବଡ ସରପ୍ରାଇଜ । କାରଣ ରିଲିଜ ହେବାକୁ ଯାଉଛି ଓଡ଼ିଆ ସର୍ଟମୁଭି ‘ରିଭଲବର’ । ଏଥରେ ଖଳନାୟକ ସାଜିଛନ୍ତି ତପି ମିଶ୍ର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Nov 18, 2019, 7:38 PM IST

ଭୁବନେଶ୍ବର: ଫିଲ୍ମ ବ୍ୟତୀତ ଦର୍ଶକ ଧିରେଧିରେ ୱେବ ସିରିଜକୁ ଅଧିକ ପସନ୍ଦ କରିବାରେ ଲାଗିଛନ୍ତି । ପ୍ରାୟତଃ ଅନେକ ସୋସିଆଲ ସାଇଟରେ ଦମଦାର କାହାଣୀ ସହ ରିଲିଜ ହେଉଛି ନୂଆ ନୂଆ ୱେବ ସିରିଜ । ଯାହା ଦର୍ଶକଙ୍କ ମନ କିଣିବାରେ ମଧ୍ୟ ସଫଳ ହେଉଛି । ଖାଲି ବଲିଉଡରେ ନୁହେଁ ବରଂ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ମେକର୍ସ ସର୍ଟମୁଭି ଓ ୱେବ ସିରିଜ ମୁହାଁ ହେଲେଣି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି କ୍ରମରେ ମଙ୍ଗଳବାର ରିଲିଜ ହେବାକୁ ଯାଉଛି ଓଡ଼ିଆ ସର୍ଟମୁଭି ‘ରିଭଲବର’ । ପୁଣି ଥରେ ଏକ ନୂଆ ସର୍ଟମୁଭି ଦର୍ଶକଙ୍କ ମନୋରଞ୍ଜନ କରିବା ପାଇ ପ୍ରସ୍ତୁତ । ଫିଲ୍ମ ନିର୍ଦ୍ଦେଶକ ରାଜା ଡିଙ୍କ ନିର୍ଦ୍ଦେଶିତ ଏହି ମୁଭିର ଦମଦାର କାହାଣୀ ଦେଖିବାକୁ ପାଇଁ ଉସାହିତ ଦର୍ଶକ।

କିଛି ଦିନ ପୂର୍ବରୁ ‘ରିଭଲବର’ ଜବରଦସ୍ତ ଟ୍ରେଲର ସୋସିଆଲ ମିଡିଆରେ କମାଲ କରିଥିଲା । ଟ୍ରେଲର ଦର୍ଶକଙ୍କ ଉତ୍ସାହ ମଧ୍ୟ ବଢାଇ ଦେଇଥିଲା । ଏବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି ।

ଭି-ଟିୟୁନ ପ୍ରୋ ବ୍ୟାନରରେ ଏହି ମୁଭିଟି ନିର୍ମାଣ ହୋଇ ଥିବାବେଳେ ଖଳନାୟକ ଭାବରେ ଏଥିରେ ନଜର ଆସିବେ ଅଭିନେତା ତପି ମିଶ୍ର । ସେହିପରି ‘ରିଭଲବର’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ସାଗର ସାହୁ ରୂପଶ୍ରୀ । ସାଗର ଏହି ମୁଭି ଜରିଆରେ ଅଭିନୟରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ନିଜର ଆଗାମୀ ଏହି ସିରିଜ ବିଷୟରେ ଅନେକ କଥାର ଖୁଲାସା କରିଛନ୍ତି ତପି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details