ଓଡିଶା

odisha

ETV Bharat / sitara

ଷ୍ଟାର ଓଲିଉଡ ଆୱାର୍ଡ୍ସ: ଜାଣନ୍ତୁ କିଏ ପାଇଲେ କେଉଁ ଆୱାର୍ଡ - ଏଭରଗ୍ରୀନ ଅଭିନେତା ମିହିର ଦାସ

ଏବର୍ଷର ବେଷ୍ଟ ଆକ୍ଟର ବାବୁସାନ ହୋଇଥିବା ବେଳେ ବେଷ୍ଟ ଆକ୍ଟ୍ରେସ ଆୱାର୍ଡ ଜିଣିଛନ୍ତି ଅଭିନେତ୍ରୀ ଭୂମିକା ତ୍ରିପାଠୀ।

star ollywood awards
ଡିଜାଇନ ଫଟୋ

By

Published : Nov 30, 2019, 7:30 PM IST

ଭୁବନେଶ୍ବର: ସ୍ପନ୍ଦନ ଇଭେଣ୍ଟ ପକ୍ଷରୁ ଆୟୋଜିତ ହୋଇଥିବା ଷ୍ଟାର ଓଲିଉଡ ଆୱାର୍ଡ୍ସରେ ଯୋଗ ଦେଇଛନ୍ତି ଓଲିଉଡର ଅନେକ କଳାକାର। ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଥିବା ଏହି ଆୱାର୍ଡ଼ ଶୋ’ ରେ ଜୀବନ ବ୍ୟାପୀ ସମ୍ମାନ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ଅକ୍ଷୟ ପରିଜା।

ସେହିପରି ଏଭରଗ୍ରୀନ ଅଭିନେତା ରୂପେ ଓଲିଉଡର ବିଶିଷ୍ଟ ଅଭିନେତା ମିହିର ଦାସକୁ ପୁରସ୍କାର ଦିଆଯାଇଛି। ମୋଷ୍ଟ ଭର୍ସାଟାଇଲ ଅଭିନେତା ରୂପେ ସିଦ୍ଧାନ୍ତ ମହାପାତ୍ରଙ୍କୁ ପୁରସ୍କାର ମିଳିଥିବା ବେଳେ ବେଷ୍ଟ ଆକ୍ଟର ମେଲ ଆୱାର୍ଡ ହ୍ୟାଣ୍ଡସମ ଅଭିନେତା ବାବୁସାନ ମହାନ୍ତି ମିଳିଛି । ତାଙ୍କୁ ଚଳଚ୍ଚିତ୍ର ‘ସୁନ୍ଦରଗଡର ସଲମାନ ଖାନ’ ପାଇଁ ଏହି ପୁରସ୍କାର ଦିଆଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

ଅନ୍ୟପଟେ ବେଷ୍ଟ ଆକ୍ଟର ଫିମେଲ ଆୱାର୍ଡ ପାଇଛନ୍ତି ସୁନ୍ଦରୀ ଅଭିନେତ୍ରୀ ଭୂମିକା ତ୍ରିପାଠୀ । ତାଙ୍କୁ ‘ଶ୍ରୀମାନ ସୁରଦାସ’ ଚଳଚ୍ଚିତ୍ର ପାଇଁ ଏହି ଆୱାର୍ଡ ଦିଆଯାଇଛି । ବେଷ୍ଟ ଆକ୍ଟର କ୍ରିଟିକ୍ସ ଆୱାର୍ଡ ପାଇଛନ୍ତି ସବ୍ୟସାଚୀ ମିଶ୍ର । ଶ୍ରେଷ୍ଠ ଖଳନାୟକ ପୁରସ୍କାର ବବି ମିଶ୍ରଙ୍କୁ ମିଳିଛି । ପ୍ରକାଶ ଥାଉକି ‘ଲଭ ଏକ୍ସପ୍ରେସ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ସୁର୍ମୟୀ ନଗେଶା । ଶ୍ରେଷ୍ଠ ପ୍ରଚ୍ଛଦ ପଟ ଗାୟକ ରୂପେ ହ୍ୟୁମାନ ସାଗର ଏବଂ ଶ୍ରେଷ୍ଠ ପ୍ରଚ୍ଛଦ ପଟ ଗାୟିକା ରୂପେ ଦୀପ୍ତି ରେଖା ପାଢ଼ୀଙ୍କୁ ମିଳିଛି ପୁରସ୍କାର। ସେହିପରି ଶ୍ରେଷ୍ଠ ମ୍ୟୁଜିକ ନିର୍ଦ୍ଦେଶକ ଭାବେ ପ୍ରେମ ଆନନ୍ଦଙ୍କୁ ପୁରସ୍କାର ମିଳିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details