ଓଡିଶା

odisha

By

Published : Sep 29, 2019, 12:34 PM IST

ETV Bharat / sitara

ମାର୍ଭଲକୁ ଫେରିଲେ ସ୍ପାଇଡରମ୍ୟାନ

ମାର୍ଭଲକୁ ଫେରୁଛନ୍ତି ସ୍ପାଇଡରମ୍ୟାନ । 2021ରେ ଆଗାମୀ ସିରିଜରେ ନଜର ଆସିବେ ଟମ୍ ହଲାଣ୍ଡ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ

ହାଇଦ୍ରାବାଦ: ମାର୍ଭଲ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ମାର୍ଭଲ ସିନେମାଟିକ ୟୁନିଭର୍ସକୁ ଫେରୁଛନ୍ତି ସ୍ପାଇଡରମ୍ୟାନ । ଆଉ ଏକ ନୂଆ ଚୁକ୍ତି କରି ପୁଣି ଟମ୍ ହଲାଣ୍ଡଙ୍କୁ ଫେରାଇ ଆଣିଛି ଡିଜନି । ସୋନି ଓ ମାର୍ଭଲ ନୂଆ ଚୁକ୍ତି କରି ସ୍ପାଇଡର ମ୍ୟାନଙ୍କୁ ଫେରାଇ ଆଣିଛନ୍ତି ।

ଆଭେଞ୍ଜର୍ସ ଏଣ୍ଡ ଗେମ ପରେ ଟମ୍ ହଲାଣ୍ଡଙ୍କୁ ସ୍ପାଇଡର ଭୂମିକାରେ ଦେଖିବାକୁ ମିଳିବନି ବୋଲି କୁହାଯାଉଥିଲା । ତେବେ ଏହି ନିଷ୍ପତ୍ତି ପରେ ଅନେକ ସେଲିବ୍ରିଟି ଜେରେମି ରେନର୍, ଜନ୍ ଫାଭର୍ୟୁ, ଜେଫ୍ ଗୋଲ୍ଡବ୍ଲମ ଓ ହୋଲାଣ୍ଡ ବିରୋଧ ପ୍ରଦର୍ଶନ କରିଛନ୍ତି କିନ୍ତୁ ଲକ୍ଷାଧିକ ସ୍ପାଇଡରମ୍ୟାନ ଫ୍ୟାନ୍ସଙ୍କ ପାଇଁ ଏହା ଖୁସି ଖବର ।

ଟ୍ବିଟରରେ #SaveSpiderMan ଟ୍ବିଟ କରି ଟ୍ରେଣ୍ଡ ଚାଲିଥିଲା । ଟମ୍ ହଲାଣ୍ଡ ନିଜେ ଏହି ସୂଚନା ଦେଇଛନ୍ତି । ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି । ମାର୍ଭଲର ମୁଖ୍ୟ କେଭିନ୍ ଫିଜ୍ ମଧ୍ୟ ଏହାର ସ୍ପଷ୍ଟତା ରଖିଛନ୍ତି । ତେବେ ସ୍ପାଇଡର ମ୍ୟାନର ଆଗାମୀ ସିରିଜ 2021 ଜୁଲାଇ 16ରେ ରିଲିଜ କରାଯିବ ।

ABOUT THE AUTHOR

...view details