ଓଡିଶା

odisha

By

Published : Oct 20, 2019, 6:24 AM IST

ETV Bharat / sitara

ବିଦେଶରେ ଦେଖିବେ କେରଳର ପ୍ରଳୟଙ୍କାରୀ ବନ୍ୟା

ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ 2018 କେରଳ ବନ୍ୟାର ସ୍ପେଶାଲ ସ୍କ୍ରିନିଂ । ବିଦେଶରେ ବନ୍ୟାର ବିଭିଷିକାକୁ ଅନୁଭବ କରିବେ ଦର୍ଶକ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: 2018 କେରଳ ବନ୍ୟା ବିଭିଷିକାକୁ ନେଇ ନିର୍ମାଣ ହୋଇଥିବା ଚଳଚ୍ଚିତ୍ର ‘ରୌଦ୍ରମ-2018’କୁ ମିଳିଛି ବଡ ସଫଳତା । କାରିଓ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ କରାଯିବ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଜୟରାଜ ।

ଜୟରାଜଙ୍କ ନବରସର ଏହା ସପ୍ତମ ଫିଲ୍ମ । 41ତମ କାରିଓ ଫିଲ୍ମ ଫେଷ୍ଟିଭାଲରେ ଏହାକୁ ସ୍କ୍ରିନିଂ କରାଯିବ । ରବିବାର ଏହି ଫେଷ୍ଟିଭାଲ ଆରମ୍ଭ ହୋଇ ଅକ୍ଟୋବର 29ରେ ଉଦଯାପିତ ହେବ । ଏହି ଫିଲ୍ମକୁ 8 ଥର ନ୍ୟାସନାଲ ଆୱାର୍ଡ ଓ 9 ଥର କେରଳା ରାଜ୍ୟ ଫିଲ୍ମ ଆୱାର୍ଡରେ ସମ୍ମାନିତ କରାଯାଇଛି ।

ତେବେ ଫିଲ୍ମରୁ ହୋଇଥିବା ଲାଭରୁ 25 ପ୍ରତିଶତ କେରଳର ବନ୍ୟା ପୀଡିତଙ୍କୁ ଦିଆଯିବ । ପ୍ରକାଶ ଥାଉ କି ମେ 2018ରେ ପ୍ରଳୟଙ୍କାରୀ ବନ୍ୟା ଆସିବା ସହ ପ୍ରାୟ 483 ଜୀବନହାନୀ ହୋଇଥିଲା । ଏଥିସହ 14 ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ପ୍ରାୟ 3000 ରିଲିଫ୍ କ୍ୟାମ୍ପକୁ ସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା ।

ABOUT THE AUTHOR

...view details