ଓଡିଶା

odisha

By

Published : Jan 13, 2021, 2:21 PM IST

ETV Bharat / sitara

କୋରୋନାକୁ ବାଏ ବାଏ କହିଲେ ରାମ ଚରଣ

ଟ୍ବିଟ କରି ସମସ୍ତଙ୍କୁ ଖୁସି ଖବର ବାଣ୍ଟିଲେ ରାମ । ଗତ ବର୍ଷ ଡିସେମ୍ବରରେ କୋରୋନା ପଜିଟିଭ ବାହାରିବା କଥା କହିଥିଲେ ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାମ ଚରଣ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାମ ଚରଣ

ହାଇଦ୍ରାବାଦ: ତେଲୁଗୁ ଅଭିନେତା ରାମ ଚରଣଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଲା ଗୁଡନ୍ୟୁଜ । କାରଣ କିଛି ଦିନ ପୂର୍ବରୁ ସେ କୋରୋନା ସଂକ୍ରମିତ ହୋଇଥିଲେ । ହେଲେ ଏବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହି ଖୁସି ସେ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଏହାସହ ସେ କାମକୁ ଫେରିବାକୁ ମଧ୍ୟ ଉତ୍ସାହିତ ଅଛନ୍ତି ବୋଲି ଜଣାଇଛନ୍ତି । ଆଉ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ନିଜ ପ୍ରେମ ପ୍ରକାଶ କରିଛନ୍ତି ।

ସେ ମଙ୍ଗଳବାର ଏକ ଟ୍ବିଟ କରି ଲେଖିଥିଲେ, ‘ମୁଁ ଆପଣଙ୍କ ସହ ଏହି ଖୁସି ସେୟାର କରି ଭଲ ଅନୁଭବ କରୁଛି ଯେ ମୋର କୋରୋନା ରିପୋର୍ଟ ପରିଶେଷରେ ନେଗେଟିଭ ଆସିଛି । ମୁଁ ଆଉ ଅପେକ୍ଷା କରିପାରୁନାହିଁ କାମକୁ ଫେରିବାକୁ ନେଇ । ମୋ ଅସୁସ୍ଥ ସମୟରେ ସମସ୍ତେ ପ୍ରାର୍ଥନା କରିଥିବାରୁ ମୁଁ ଧନ୍ୟବାଦ ଜଣାଉଛି । ଆଉ ସମସ୍ତଙ୍କ ପାଇଁ ଆଶ୍ରୀର୍ବାଦ ମଧ୍ୟ ମାଗୁଛି ।’

ପ୍ରକାଶ ଥାଉକି ‘ବାହୁବଳୀ’ ନିର୍ଦ୍ଦେଶକ ଏସଏସ ରାଜମୌଲୀ ବହୁ ଚର୍ଚ୍ଚିତ ‘ଟ୍ରିପଲ ଆର’ରେ ନଜର ଆସିବେ ରାମ ଚରଣ । ତାଙ୍କ ସହ ଜୁନିୟର ଏନଟିଆର, ଆଲିୟା ଭଟ୍ଟ ଓ ଅଜୟ ଦେବଗନ ମଧ୍ୟ ଅଭିନୟ କରୁଥିବାର ଦେଖାଯିବେ । ଆଲିୟା ଏବଂ ଅଜୟଙ୍କ ଏହା ଡେବ୍ୟୁ ତେଲୁଗୁ ଫିଲ୍ମ ।

ABOUT THE AUTHOR

...view details