ଓଡିଶା

odisha

By

Published : Dec 29, 2020, 9:53 AM IST

ETV Bharat / sitara

କୋରୋନା କବଳରେ ରାମ ଚରଣ

ଏଥର ପୁଣି ଆଉ ଜଣେ ସେଲିବ୍ରେଟିଙ୍କ କୋରୋନା ରିପୋର୍ଟ ପଜିଟିଭି ଆସିଛି । ଏହି ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି ରାମ ଚରଣ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାମ ଚରଣ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାମ ଚରଣ

ହାଇଦ୍ରାବାଦ: କୋରୋନା ସଙ୍କଟରୁ ନିଜକୁ ସୁରକ୍ଷିତ ରଖିପାରିଲେନି ସାଉଥ ସୁପରଷ୍ଟାର ରାମ ଚରଣ । ତାଙ୍କ କୋରୋନା ଟେଷ୍ଟ ପଜିଟିଭି ଆସିଛି । ଯାହାର ସୂଚନା ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଛନ୍ତି । କୋରୋନା ସଂକ୍ରମିତ ହେବା ପରେ ଅଭିନେତା ନିଜକୁ କ୍ବାରେଣ୍ଟାଇନ କରିଛନ୍ତି । ଏହାସହ ସେ ସେହିମାନଙ୍କୁ ନିଜ କୋରୋନା ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି ଯେଉଁମାନେ କିଛି ଦିନ ମଧ୍ୟରେ ତାଙ୍କ ସମ୍ପର୍କରେ ଆସିଥିଲେ ।

ସେହିପରି ଟ୍ବିଟ କରି ସେ ଲେଖିଛନ୍ତି, ‘ମୋ କୋଭିଡ-19 ଟେଷ୍ଟ ରିପୋର୍ଟ ପଜିଟିଭି ବାହାରିଛି । କୌଣସି ଲକ୍ଷଣ ମୋ ମଧ୍ୟରେ ନାହିଁ ହେଲେ ମୁଁ ବର୍ତ୍ତମାନ ନିଜକୁ କ୍ବାରେଣ୍ଟାଇନ କରିନେଇଛି । ଆଶା କରୁଛି ଶୀଘ୍ର ଠିକ୍ ହୋଇଯିବି । ଆଉ ଅଧିକ ଶକ୍ତିଶାଳୀ ହୋଇ ଫେରିବି । ସମସ୍ତଙ୍କୁ ନିବେଦ କରୁଛି ଯେ ଗତ କିଛି ଦିନ ମଧ୍ୟରେ ଯିଏ ବି ମୋ ସମ୍ପର୍କରେ ଆସିଛି ଦୟା କରି ନିଜ କୋରୋନା ଟେଷ୍ଟ କରିନିଅନ୍ତୁ । ହେଲ୍ଥ ଅପଡେଟ ଶୀଘ୍ର ଦେବି ।’

ପ୍ରକାଶ ଥାଉକି ରାମ ଚରଣ ଗତ ସପ୍ତାହରେ କ୍ରିସମାସ୍‌ର ପାର୍ଟି ଆୟୋଜନ କରିଥିଲେ । ଏହି ପାର୍ଟି ସେ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା କପଲ ନିହାରିକା ଓ ଚୈତନ୍ୟ ଜେବିଙ୍କ ପାଇଁ ଆୟୋଜ କରିଥିଲେ । ନିହାରିକା, ରାମ ଚରଣଙ୍କ କଜନ ସିଷ୍ଟର । ସେ ମଧ୍ୟ ସାଉଥ ଫିଲ୍ମର ଅଭିନେତ୍ରୀ । ରାମ ଚରଣଙ୍କ ଏହି ପାର୍ଟିରେ ଅଲ୍ଲୁ ଅର୍ଜୁନ ସହିତ ଅନେକ ପପୁଲାର ସେଲିବ୍ରିଟି ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details