ଓଡିଶା

odisha

ବୃଦ୍ଧାଶ୍ରମରେ ଜନ୍ମଦିନ ପାଳିଲେ ସାଉଥ ସୁପରଷ୍ଟାର ମୋହନଲାଲ

By

Published : May 22, 2020, 7:34 PM IST

ବୃଦ୍ଧାଶ୍ରମର ସଦସ୍ୟଙ୍କ ସହ ଜନ୍ମଦିନ ପାଳନ କରି ଆଶୀର୍ବାଦ ନେଲେ ସାଉଥ ଷ୍ଟାର ମୋହନଲାଲ। ତାଙ୍କ 60 ତମ ଜନ୍ମଦିନରେ ବୃଦ୍ଧାଶ୍ରମରେ ବଣ୍ଟନ ହେଲା ଭୋଜନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୋହନଲାଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୋହନଲାଲ

ତାମିଲନାଡୁ: ମଲିଉଡର ସୁପରଷ୍ଟାର ମୋହନଲାଲ ଗୁରୁବାର ଦିନ 60 ବର୍ଷରେ ପଦାର୍ପଣ କରିଛନ୍ତି। ଲକଡାଉନରେ ଘରେ ବନ୍ଦ ଥିବା ମୋହନଲାଲା ଖାସ୍ ଅନ୍ଦାଜରେ ନିଜର ଜନ୍ମଦିନ ପାଳନ କରିଥିଲା। ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ମଧ୍ୟ ଖୁସି । ସବୁ ସେଲିବ୍ରିଟି ନିଜ ଜନ୍ମଦିନ ଧୁମଧାମରେ ପାଳୁଥିବା ବେଳେ ସେ କିନ୍ତୁ ନୂଆ ଅନ୍ଦାଜରେ ସେଲିବ୍ରେଟ କରିଛନ୍ତି। ଆଜ୍ଞା ହଁ, ଭିଡିଓ କଲରେ ବୃଦ୍ଧାଶ୍ରମରେ ଥିବା ଅନେକ ବୃଦ୍ଧାଙ୍କ ଠାରୁ ଆଶିର୍ବାଦ ନେଇ ନିଜ ଜନ୍ମଦିନ ପାଳନ କରିଥିଲେ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସେ କୋଏମ୍ବାଟୁରରେ ଥିବା ସେଣ୍ଟ ଥୋମାସ ବୃଦ୍ଧାଶ୍ରମରେ ରହୁଥିବା ବୃଦ୍ଧମାନଙ୍କ ସହିତ ଭିଡିଓ କଲ ମାଧ୍ୟମରେ କଥାବାର୍ତ୍ତା କରିଥିଲେ । ମୁଖ୍ୟକଥା ହେଲା ଯେ ତାଙ୍କ ପାଇଁ ଆଶ୍ରମର ସଦସ୍ୟ କେକ କାଟିଥିଲେ। ଏହାସହ ସେଠାରେ ମଧ୍ୟାହ୍ନ ଭୋଜନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ସେମାନଙ୍କୁ ମାସ୍କ ଏବଂ ସାନିଟାଇଜର ମଧ୍ୟ ବଣ୍ଟା ଯାଇଥିଲା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ପ୍ରକାଶ ଥାଉକି ମୋହନଲାଲଙ୍କ ବିଶ୍ବ ଶାନ୍ତି ନାମକ ଏକ ଫାଉଣ୍ଡେସନ ଅଛି । ଯାହାଦ୍ବାରା ସେ କେରଳ ଓ ତେଲେଙ୍ଗାନାର ବିଭିନ୍ନ ଲୋକଙ୍କୁ ସାହାଯ୍ୟ କରନ୍ତି । ମୋହନଲାଲ ସବୁବେଳେ ନିଜ ଦମଦାର ଅଭିନୟ ପାଇଁ ଲକ୍ଷ ଲକ୍ଷ ଦର୍ଶକଙ୍କ ମନ କିଣିଥାଆନ୍ତି । ପରଦାରେ ତାଙ୍କ ଫିଲ୍ମ ଦେଖିବାକୁ ସବୁବେଳେ ବ୍ୟାକୁଳ ଫ୍ୟାନ୍ସ। ସେ ସାଉଥ ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ୍ ଫିଲ୍ମ ଦେଇସାରିଲେଣି।

For All Latest Updates

ABOUT THE AUTHOR

...view details