ଓଡିଶା

odisha

ETV Bharat / sitara

ଭାରତୀୟ ଫ୍ୟାନ୍ସଙ୍କୁ ହଲିଉଡ ପପଷ୍ଟାରଙ୍କ ଧନ୍ୟବାଦ - ଭାରତୀୟ ଫ୍ୟାନ୍ସଙ୍କୁ ଜଷ୍ଟିନଙ୍କ ଧନ୍ୟବାଦ

ଟ୍ବିଟରରେ ଏହି 26 ବର୍ଷିୟ ପପଷ୍ଟାର ଲେଖିଛନ୍ତି ଯେ ଥ୍ୟାଙ୍କ ୟୁ ଇଣ୍ଡିଆ । ଏହାସହ ସେ ଏକ ଭିଡିଓ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

ଭାରତୀୟ ଫ୍ୟାନ୍ସଙ୍କୁ ହଲିଉଡ ପପଷ୍ଟାରଙ୍କ ଧନ୍ୟବାଦ
ଭାରତୀୟ ଫ୍ୟାନ୍ସଙ୍କୁ ହଲିଉଡ ପପଷ୍ଟାରଙ୍କ ଧନ୍ୟବାଦ

By

Published : May 20, 2020, 5:28 PM IST

ୱାଶିଂଟନ: ହଲିଉଡର ପପଷ୍ଟାର ତଥା ୟଙ୍ଗ ସେନସେସନ ଜଷ୍ଟିନ ବାଇବେର ନିଜ ନୂଆ ଗୀତ ପାଇଁ ଭାରତୀୟ ପ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି । ନିକଟରେ ସେ ତାଙ୍କ ନୂଆ ଗୀତ 'ଷ୍ଟକ ୱିଥ୍ ୟୁ' ରିଲିଜ କରିଥିଲେ । ଯାହାକୁ ଭାରତରେ ଖୁବ୍ ଲାଇକ ମିଳିଛି ।

ଟ୍ବିଟରରେ ଏହି 26 ବର୍ଷିୟ ଷ୍ଟାର ଲେଖିଛନ୍ତି ଯେ ଥ୍ୟାଙ୍କ ୟୁ ଇଣ୍ଡିଆ । ଏହାସହ ସେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ଭାରତର ଅନେକ ସିଙ୍ଗର ଲଭର୍ସ ଏହି ଗୀତରେ ନାଚୁଥିବା ଏବଂ ଗାଉଥିବାର ଦେଖାଯାଇଛି । କିଛି ଲୋକ ଏହାକୁ ନିଜେ ଗାଉଥିବାବେଳେ ଆଉ କିଛି ଜଷ୍ଟିନଙ୍କ ଗୀତରେ ଡ୍ୟାନ୍ସ କରୁଛନ୍ତି । ଯାହାକୁ ଦେଖି ଭାରତୀୟ ଫ୍ୟାନ୍ସଙ୍କୁ ଗୀତର ପପୁଲାରିଟି ପାଇଁ ଧନ୍ୟବାଦ ଦେଇଛନ୍ତି ବାଇବେର ।

ଗୀତଟିକୁ ଗାଇଛନ୍ତି ଆମେରିକା ସିଙ୍ଗର ଏରିଆନା ଗ୍ରାଣ୍ଡେ ଓ ଜଷ୍ଟିନ । ପ୍ରଥମ ଥର ପାଇଁ ଉଭୟ ଏକାଠି ହୋଇଛନ୍ତି । ମେ 8ରେ ଏହି ରୋମାଣ୍ଟିକ ଟ୍ରାକ୍ ରିଲିଜ ହୋଇଥିଲା । ଲକଡାଉନରେ କପୁଲଙ୍କୁ ଏହି ଗୀତ ଭେଟି ଦେଇଛନ୍ତି ଜଷ୍ଟିନ ।

ABOUT THE AUTHOR

...view details