ହାଇଦ୍ରାବାଦ: ଫିଲ୍ମ ନିର୍ମାତା ସିଦ୍ଧାର୍ଥ ରୟ କପୁର ସାଂଘାଇ ଫିଲ୍ମ ଫେଷ୍ଟିଭାଲରେ କରିଛନ୍ତି ଭାରତର ପ୍ରତିନିଧିତ୍ବ । ଫେଷ୍ଟିଭାଲରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ ପ୍ରଯୋଜକ ପ୍ୟାନେଲରେ ମୁଖ୍ୟ ପ୍ୟାନେଲିଷ୍ଟ ଭାବରେ ଯୋଗ ଦେଇଥିଲେ ସିଦ୍ଧାର୍ଥ । ଫେଷ୍ଟିଭାଲରେ ତାଙ୍କୁ ଅତି ସମ୍ମାନର ସହ ମଞ୍ଚ ଉପରକୁ ଡକାଯାଇଥିଲା ।
ସାଂଘାଇରେ ଭାରତର ପ୍ରତିନିଧିତ୍ବ କଲେ ସିଦ୍ଧାର୍ଥ ରୟ କପୁର
ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ଉପସ୍ଥାପନା କଲେ ଦଙ୍ଗଲର ପ୍ରଯୋଜକ ସିଦ୍ଧାର୍ଥ ରୟ କପୁର । ସାଂଘାଇ ଫିଲ୍ମ ଫେଷ୍ଟିଭାଲରେ ଭାରତର କରିଛନ୍ତି ପ୍ରତିନିଧିତ୍ବ ।
ସିଦ୍ଧାର୍ଥ ମଧ୍ୟ ଗିଲ୍ଡ ଅଫ ଇଣ୍ଡିଆର ଅଧ୍ୟକ୍ଷ । ପ୍ୟାନେଲରେ ଏସିଆର ଲିଡିଂ ପ୍ରଯୋଜକମାନେ ଯୋଗ ଦେଇଥିଲେ । ପୂର୍ବ ଏସିଆର କଣ୍ଟେଟ କ୍ରିଏଟର ଏଲେନ ଆର ଏଲିଆସୋଫ, ଲିଜେଣ୍ଡରୀ ଇଷ୍ଟର ସିଇଓ ଜିଆଙ୍ଗ ୱି, ହୁଆୟି ବ୍ରଦର୍ସ ପିକ୍ଚର୍ସର ସିଇଓ ୟେ ନିଙ୍ଗ ଆଦି ଯୋଗ ଦେଇ ଫିଲ୍ମକୁ ବିଶ୍ବସ୍ତରରେ କିପରି ପହଞ୍ଚାଇ ଯାଇପାରିବ ବୋଲି ଆଲୋଚନା କରାଯାଇଥିଲା । ଏହାଛଡା ଫିଲ୍ମର କଣ୍ଟେଟ କିପରି ହେବା ଆବଶ୍ୟକ ବୋଲି ମଧ୍ୟ କଥା ହୋଇଥିଲେ ।
ଏହାବ୍ୟତୀତ ଭାରତୀୟ ସିନେମା ଚାଇନାରେ ବେଶୀ ପ୍ରଶଂସିତ ହେଉଛି ବୋଲି କହିଥିଲେ । 2016ରେ ଦଙ୍ଗଲ ପାଇଁ ବିଶ୍ବରେ ଅଧିକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଚାଇନା ବକ୍ସ ଅଫିସରେ ହିଁ 1200କୋଟିର ବ୍ୟବସାୟ କରିଥିଲା । ସିଦ୍ଧାର୍ଥ ଏହାଛଡା ସାଂଘାଇ ଫିଲ୍ମ ଫେଷ୍ଟିଭାଲର ପ୍ରଶଂସା କରି କହିଥିଲେ, ଏହା ଫିଲ୍ମକୁ ବିଶ୍ବ ସ୍ତରରେ ପହଞ୍ଚାଇବାର ଏକ ଉପଯୁକ୍ତ ମାଧ୍ୟମ ।