ହାଇଦ୍ରାବାଦ:ଟଲିଉଡ଼ ଷ୍ଟାର ସାଇଧରମ ତେଜ ଗତ ଶୁକ୍ରବାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ତାଙ୍କର କାନ୍ଧ ହାଡ଼ ଭାଙ୍ଗିଯାଇଥିବା ବେଳେ ଆଜି(ରବିବାର) ତାଙ୍କର କୋଲାରବୋନ ସର୍ଜରୀ ସଫଳ ହୋଇଛି । ବର୍ତ୍ତମାନ ତେଲେଙ୍ଗାନା ହାଇଦ୍ରାବାଦ ଜୁବଲି ହିଲ୍ସ ନିକଟରେ ଥିବା ଆପୋଲୋ ହସ୍ପିଟାଲରେ ଚିକିତ୍ସିତି ହେଉଛନ୍ତି ।
ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏହାସହିତ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସମୟକ୍ରମେ ସୁଧାର ଆସୁଛି । ଦୁର୍ଘଟଣାରେ ତାଙ୍କର କାନ୍ଧ ହାଡ଼ ଭାଙ୍ଗିଯାଇଥିବା ବେଳେ ଏହାର ସର୍ଜରୀ କରାଯାଇଥିଲା, ଯାହା ସଫଳ ହୋଇଛି ବୋଲି ଡାକ୍ତର କହିଛନ୍ତି । ତାଙ୍କୁ ଲଗାତାର ଭାବେ ଡାକ୍ତର ତଦାରଖ କରିବା ସହିତ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିବା କହିଛନ୍ତି ।