ଓଡିଶା

odisha

ETV Bharat / sitara

ହୋଷ୍ଟ ଲ୍ୟାରି କିଙ୍ଗଙ୍କ ପରିବାରକୁ ସମବେଦନା ଜଣାଇଲା ଋଷ ଦୂତାବାସ - ପରଲୋକରେ ହୋଷ୍ଟ ଲ୍ୟାରି କିଙ୍ଗ

ଆମେରିକାର ଚର୍ଚ୍ଚିତ ଟେଲିଭିଡନ ଟକ୍‌ ସୋର ହୋଷ୍ଟ ଲ୍ୟାରି କିଙ୍ଗଙ୍କ ପରଲୋକରେ ଋଷ ଦୂତାବାସ ତାଙ୍କ ପରିବାରକୁ ସମବେଦନା ଜଣାଇଛି । ଅଧିକ ପଢନ୍ତୁ...

Russian Embassy in US extends condolences to family of late Larry King
ହୋଷ୍ଟ ଲ୍ୟାରି କିଙ୍ଗଙ୍କ ପରିବାରକୁ ସମବେଦନା ଜଣାଇଲା ଋଷ ଦୂତାବାସ

By

Published : Jan 24, 2021, 3:16 PM IST

ୱାଶିଂଟନ:ଆମେରିକାର ଟେଲିଭିଜନ ଟକ୍ ଶୋ’ ହୋଷ୍ଟ ବା ଉପସ୍ଥାପକ ଲ୍ୟାରି କିଙ୍ଗ ଜାନୁଆରୀ 23 ତାରିଖରେ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଏହାପରେ ଆମେରିକାରେ ଥିବା ଋଷର ଦୂତାବାସ ତାଙ୍କ ପରିବାରକୁ ସମେବଦନା ଜଣାଇଛନ୍ତି । ସେ ଗତବର୍ଷ ଡିସେମ୍ୱର ଆରମ୍ଭରୁ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।

ଏହି ସମ୍ପର୍କରେ ଆମେରିକାରେ ଥିବା ଋଷର ଦୂତାବାସ ଶନିବାର ଏକ ବିବୃତ୍ତିରେ କହିଛି, ‘ଆମେ ଲ୍ୟାରି କିଙ୍ଗଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ଆମର ହୃଦୟରୁ ସମବେଦନା ଜଣାଉଛୁ । ଆଇକନିକ୍ ଟକ୍ ଶୋ’ ହୋଷ୍ଟ, ତାଙ୍କର ଲକ୍ଷ ଲକ୍ଷ ଦର୍ଶକ ଏବଂ ଶ୍ରୋତା, ଯେଉଁମାନେ ଏହି ଅସାଧାରଣ ବ୍ୟକ୍ତିଙ୍କୁ ଭଲ ପାଆନ୍ତି, ସମ୍ମାନ କରନ୍ତି ଏବଂ ପ୍ରଶଂସା କରନ୍ତି, ତାଙ୍କୁ ମନେ ପକାଇବେ ।"

କିଙ୍ଗ ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ବ ଥିଲେ । ସେ ତାଙ୍କ କ୍ୟାରିୟରର ଷାଠିଏ ବର୍ଷରୁ ଅଧିକ ସମୟ ଧରି ହଜାର ହଜାର ରାଜନେତା, ଧାର୍ମିକ, ବ୍ୟବସାୟିକ ବ୍ୟକ୍ତିବିଶେଷ ତଥା ଚଳଚ୍ଚିତ୍ର ତାରକା ତଥା ସେଲିବ୍ରିଟିଙ୍କ ସାକ୍ଷାତକାର ନେଇଥିଲେ ବୋଲି ଦୂତାବାସ କହିଛି । ଋଷିଆର ରାଷ୍ଟ୍ରପତି ମଧ୍ୟ କିଙ୍ଗଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବୋଲି କ୍ରେମଲିନର ମୁଖପାତ୍ର ଦିମିତ୍ରି ପିସକୋଭ ଶନିବାର ସୂଚନା ଦେଇଛନ୍ତି । କିଙ୍ଗ ଅନେକ ଥର ପୁଟିନଙ୍କ ସାକ୍ଷାତକାର ନେଇଥିଲେ ।

କିଙ୍ଗଙ୍କ ବିୟୋଗ ସମ୍ପର୍କରେ ଗତ ଶନିବାର ସକାଳେ କିଙ୍ଗଙ୍କ ଗଣମାଧ୍ୟମ ସଂସ୍ଥା 'ଓରା ମିଡିଆ' ଏହି ସୂଚନା ଦେଇଥିଲା । ଟକ୍ ଶୋ’ ହୋଷ୍ଟ କିଙ୍ଗ ଲସ ଏଞ୍ଜେଲ୍ସର ସିଡାର-ସାଇନାଇ ମେଡିକାଲରେ 87 ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । କିଙ୍ଗ 2017 ମସିହାରେ ଫୁସଫୁସ କର୍କଟ ରୋଗରେ ପୀଡିତ ହୋଇ ସଫଳ ଭାବେ ଚିକିତ୍ସିତ ହୋଇ ଏଥିରୁ ମୁ୍କ୍ତ ହୋଇଥିଲେ । କିନ୍ତୁ 2020 ମସିହା ଡିସେମ୍ବର ମାସରେ ସେ କୋଭିଡ-19ରେ ଆକ୍ରାନ୍ତ ହୋଇ ସିଡାର-ସାଇନାଇ ମେଡିକାଲ ସେଣ୍ଟଟରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details