ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ସହ ଆଲବମର ଚାହିଦା ବେଶ ଦେଖିବାକୁ ମିଳିଥାଏ ଦର୍ଶକଙ୍କ ମଧ୍ୟରେ । ଦର୍ଶକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଆର ଆର ପ୍ରଡକ୍ସନ ବ୍ୟାନରରେ ରିଲିଜ ହୋଇଯାଇଛି ରୋମାଣ୍ଟିକ ଆଲବମ ଗୀତ 'ଦିଲ ବୋଲେ ରେ' ।
ଆଲବମରେ ଓଲିଉଡର ରିଅଲ ଲାଇଫ ଯୋଡି ଜିନା ଓ ରୁଦ୍ରଙ୍କ ପୁଣି କେମେଷ୍ଟ୍ରି ଦେଖିବାକୁ ମିଳିଛି । ଆଲବମର ପ୍ରଯୋଜକ ରମେଶ ବାରିକ କରିଥିବା ବେଳେ ନିର୍ଦ୍ଦେଶନା ଅମର ପତି ଦେଇଛନ୍ତି।