ଓଡିଶା

odisha

ETV Bharat / sitara

Forbes India: ବିଜୟ-ସାମନ୍ଥାଙ୍କୁ ମାତ ଦେଇ Most influential ଷ୍ଟାର ହେଲେ ରଶ୍ମିକା

ଫୋର୍ବସ ଇଣ୍ଡିଆ ତାଲିକାରେ ଲୋକପ୍ରିୟ ଆକ୍ଟର ବିଜୟ ଦେବରକୋଣ୍ଡା, ସାମନ୍ଥାଙ୍କୁ ପଛରେ ପକାଇଲେ ରଶ୍ମିକା । Most influential ଆକ୍ଟରର ତାଲିକାରେ ରହିଲେ ଶୀର୍ଷରେ । ଅଧିକ ପଢନ୍ତୁ...

Forbes India: Most influential ଅଭିନେତ୍ରୀ ହେଲେ ରଶ୍ମିକା
Forbes India: Most influential ଅଭିନେତ୍ରୀ ହେଲେ ରଶ୍ମିକା

By

Published : Oct 18, 2021, 6:22 PM IST

ହାଇଦ୍ରାବାଦ:ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିବାରେ ଲାଗିଛନ୍ତି ସାଉଥ ଆକ୍ଟର ରଶ୍ମିକା ମାନ୍ଦନା । ସୋସିଆଲ ମିଡ଼ିଆରେ ଅଧିକ ଫ୍ୟାନ ଫଲୋୟିଂ ଥିବାରୁ 'ଫୋର୍ବସ୍‌ ଇଣ୍ଡିଆ' ମୋଷ୍ଟ ଇନଫ୍ଲୁଏନ୍ସାଲ ଆକ୍ଟର ବା ଅଧିକାଂଶ ପ୍ରଭାବିତ ଅଭିନେତ୍ରୀ ତାଲିକାରେ ଶୀର୍ଷରେ ରହିଛନ୍ତି ଏହି ଡିମ୍ପଲ ଗର୍ଲ । ସେ ଅନ୍ୟତମ ଲୋକପ୍ରିୟ ଆକ୍ଟର ବିଜୟ ଦେବରକୋଣ୍ଡା ଓ ଓ ସାମନ୍ଥାଙ୍କୁ ପଛରେ ପକାଇଛନ୍ତି ।

ଏହି ସାଉଥ ଆକ୍ଟର ବର୍ତ୍ତମାନ ବିଭିନ୍ନ ଭାଷାଭାଷୀ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଛନ୍ତି । ସେ ତେଲୁଗୁ, କନ୍ନଡ ଭାଷା ସହିତ ହିନ୍ଦୀ ଭାଷାରେ ମଧ୍ୟ ଫିଲ୍ମ ସୁଟିଂ ଶେଷ କରିଛନ୍ତି । ରଶ୍ମିକାଙ୍କୁ ଅନେକ ଦର୍ଶକ ପସନ୍ଦ କରୁଥିବା ବେଳେ ତାଙ୍କର ସୋସିଆଲ ମିଡ଼ିଆରେ ଫ୍ୟାନ୍ସ ଫଲୋୟିଂ ମଧ୍ୟ ଅଧିକ ରହିଛି । ଏହାକୁ ଆଧାର କରି ସେ ବର୍ତ୍ତମାନ ଫୋର୍ବସ ଇଣ୍ଡିଆର 'Most influential actor' ଭାବେ ଶୀର୍ଷ ସ୍ଥାନରେ ରହିଛନ୍ତି । ସେପଟେ ହ୍ୟାଣ୍ଡସମ ହଙ୍କ୍‌ ବିଜୟ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ କନ୍ନଡ ଷ୍ଟାର ୟସ୍‌ ତୃତୀୟ ଓ ସାମନ୍ଥା ରୁଥ ପ୍ରଭୁ ୪ର୍ଥ ସ୍ଥାନରେ ରହିଛନ୍ତି ।

ଫୋର୍ବସ୍‌ ଇଣ୍ଡିଆ ସୋସିଆଲ ମିଡ଼ିଆରେ ଅଧିକ ଲାଇକ୍ସ, କମେଣ୍ଟ, ଭିଡ଼ଓ ଭିଉଜ୍‌, ଫଲୋୟର୍ସ ଆଦି ଆଧାରରେ ଏହି ତାଲିକା ପ୍ରସ୍ତୁତ କରିଥାଏ । ଏହି ଆଭରେଜ ସ୍କୋର ଅନୁସାରେ ରଶ୍ମିକାଙ୍କୁ ୧୦ରୁ ୯.୮୮ ମିଳିଥିବା ବେଳେ ବିଜୟ ଦେବରକୋଣ୍ଡାଙ୍କୁ ୯.୬୭, ୟସ୍‌ଙ୍କୁ ୯.୫୪, ସାମନ୍ଥାଙ୍କୁ ୯.୪୯ ଓ ଆଲ୍ଲୁ ଅର୍ଜୁନଙ୍କୁ ୯.୪୬ ମିଳିଛି । ଫୋର୍ବସ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଇନଷ୍ଟାଗ୍ରାମରେ ତେଲୁଗୁ, ତାମିଲ, ମାଲାୟାଲାମ, କନ୍ନଡର ଲୋକପ୍ରିୟ ସେଲିବ୍ରିଟିଙ୍କ ଆକ୍ଟିଭିଟି ଦେଖି ଏହି ତାଲିକା ପ୍ରସ୍ତୁତ କରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details