ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ରଜନୀକାନ୍ତ ବୁଧବାର ଭାଷାକୁ ନିଜର ମତ ରଖିଛନ୍ତି। ଆମ ଦେଶରେ ଏକ ସାଧାରଣ ଭାଷା ରହିବା ଆବଶ୍ୟକ ବୋଲି କହିଛନ୍ତି ଥଲାଇବା । ତେବେ ଦେଶରେ ସେମିତି କିଛି ନାହିଁ ବୋଲି କହିଛନ୍ତି ସେ। ନିକଟରେ ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରି ହିନ୍ଦୀ ଭାଷାକୁ ପ୍ରାଥମିକତା ଦେବା ପାଇଁ ମତ ରଖିଥିଲେ।
ଦେଶରେ ସମାନ ଭାଷା ରହିବା ଦରକାର: ରଜନୀକାନ୍ତ - ଦେଶରେ ସମାନ ଭାଷା ରହିବା ଦରକାର
ହିନ୍ଦୀ ଭାଷାକୁ ପ୍ରାଥମିକତା ଦେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରିଥିବା ଟ୍ବିଟରେ ଉପରେ ମତାମତ ରଖି ନିଜର ସମ୍ମତି ଜଣାଇଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଦେଶର ବିକାଶ ପାଇଁ ଗୋଟିଏ ଭାଷା ରହିବା ଜରୁରୀ ବୋଲି ସୁପରଷ୍ଟାର ରଜନୀକାନ୍ତ କହିଛନ୍ତି । ତେବେ ନିକଟରେ ଗୃହମନ୍ତ୍ରୀ ଶାହଙ୍କ ଏନେଇ କରିଥିବା ଟ୍ବିଟକୁ ନେଇ ସୋସିଆଲ ମିଡିଆରେ ବିରୋଧ ପ୍ରଦର୍ଶନ କରାଯାଇଛି। ସମସ୍ତେ ନିଜ ମାତୃଭାଷାକୁ ପ୍ରାଥମିକତା ଦେବା ଉଚିତ ବୋଲି ପ୍ରଚାର ଚାଲିଛି।