ଓଡିଶା

odisha

By

Published : Mar 28, 2022, 5:32 PM IST

ETV Bharat / sitara

OTTରେ ରିଲିଜ ହେବ ରାଧେ ଶ୍ୟାମ, ଜାଣନ୍ତୁ କେବେ ?

ପ୍ରଭାସ ଏବଂ ପୂଜାଙ୍କ ଫିଲ୍ମ ରାଧେ ଶ୍ୟାମ OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ । ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ଏହି ଫିଲ୍ମ 1 ଏପ୍ରିଲ 2022ରେ OTTରେ ଉପଲବ୍ଧ ହେବ । ଅଧିକ ପଢନ୍ତୁ

ପ୍ରଭାସଙ୍କ ଫିଲ୍ମ ରାଧେ ଶ୍ୟାମ OTT ରେ ହେବ ରିଲିଜ୍
ପ୍ରଭାସଙ୍କ ଫିଲ୍ମ ରାଧେ ଶ୍ୟାମ OTT ରେ ହେବ ରିଲିଜ୍

ହାଇଦ୍ରାବାଦ:ବାହୁବଳୀ ଷ୍ଟାର ପ୍ରଭାସ ଏବଂ ଅଭିନେତ୍ରୀ ପୂଜା ହେଗଡେଙ୍କ ଫିଲ୍ମ 'ରାଧେ ଶ୍ୟାମ'କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ତେବେ ଫିଲ୍ମ ରିଲିଜ ହେବା ପରେ ନିର୍ମାତାମାନେ ଆଶା କରିଥିବା ଭଳି ଭଲ ପ୍ରତିକ୍ରିୟା ପାଇ ନଥିଲେ । ଆଜିର ଦିନରେ, ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ଦକ୍ଷିଣ ଚଳଚ୍ଚିତ୍ର ଯେପରି କଲେକ୍ସନ କରୁଛି, ରାଧେ ଶ୍ୟାମକୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା ସେପରି ନଥିଲା । ଯଦିଓ ଚଳଚ୍ଚିତ୍ର 'ରାଧେ ଶ୍ୟାମ' ଦକ୍ଷିଣର ବକ୍ସ ଅଫିସରେ ପ୍ରାୟ ଭଲ ରୋଜଗାର କରିଛି । ବର୍ତ୍ତମାନ, ଏହି ଚଳଚ୍ଚିତ୍ରଟି OTT ରେ ରିଲିଜ୍ ହେବାକୁ ଯାଉଛି ।

ଚଳଚ୍ଚିତ୍ରଟି ଏହି ଦିନ ଏବଂ ଏହି ପ୍ଲାଟଫର୍ମରେ ହେବ ମୁକ୍ତିଲାଭ

ପ୍ରଭାସ ଏବଂ ପୂଜାଙ୍କ ଫିଲ୍ମ ରାଧେ ଶ୍ୟାମଙ୍କ ଡିଜିଟାଲ୍ ରିଲିଜ୍ ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ରଟି OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ । ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ଏହି ଫିଲ୍ମ 1 ଏପ୍ରିଲ 2022ରେ OTTରେ ଉପଲବ୍ଧ ହେବ । ଏହି ଚଳଚ୍ଚିତ୍ରଟି ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡରେ ପ୍ରସାରିତ ହେବ।

ରାଧେ ଶ୍ୟାମ କାହାଣୀ

ରାଧେଶ୍ୟାମ ହେଉଛି ରାଧା କୃଷ୍ଣ କୁମାରଙ୍କ ନିର୍ଦ୍ଦେଶିତ ଏବଂ UV କ୍ରିଏସନ୍ସ ଏବଂ ଟି-ସିରିଜ୍ କମ୍ପାନୀ ଦ୍ୱାରା ନିର୍ମିତ ଏକ ରୋମାଣ୍ଟିକ ଲଭ୍‌ ଡ୍ରାମା । ଏହା ଦୁଇ ଜଣଙ୍କର ଏମିତି ଏକ ପ୍ରେମ କାହାଣୀ, ଯିଏକି ନିଜ ଜୀବନରେ ସମ୍ପୂର୍ଣ୍ଣ ଭିନ୍ନ ଦୃଷ୍ଟିକୋଣ ରଖନ୍ତି । ବିକ୍ରମ ଆଦିତ୍ୟ ଅର୍ଥାତ୍ ପ୍ରଭାସ ଭାଗ୍ୟ ଉପରେ ବିଶ୍ବାସ କରୁଥିବାବେଳେ ପ୍ରେରଣା ଅର୍ଥାତ୍ ପୂଜା ହେଗଡେ ଯିଏ ପୂରାପୂରି ବିଜ୍ଞାନର ଶକ୍ତି ଉପରେ ବିଶ୍ୱାସ ରଖନ୍ତି । ସେଥିପାଇଁ କାହାଣୀରେ ପ୍ରେମ ସହିତ ଜବରଦସ୍ତ ରୋମାଞ୍ଚ ମଧ୍ୟ ଭରିରହିଛି ।

ଏହା ବି ପଢନ୍ତୁ: box office collection: ଦଶ ଦିନରେ ୪୦୦ କୋଟି କ୍ଳବରେ ପ୍ରଭାସଙ୍କ ଫିଲ୍ମ 'ରାଧେ-ଶ୍ୟାମ' !

ଯଦି ଆମେ ୱାର୍କ ଫ୍ରଣ୍ଟ ବିଷୟରେ କଥା ହେବା, ତେବେ ଅଭିନେତା ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଆଦିପୁରୁଷ ମଧ୍ୟ ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି । ଅଭିନେତା ପ୍ରଭାସଙ୍କ ବ୍ୟତୀତ ଓମ ରାଉତଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନ, କ୍ରିତି ସାନନ ଏବଂ ସନ୍ନି ସିଂଙ୍କ ଭଳି ଅଭିନେତା ମଧ୍ୟ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details