ହାଇଦ୍ରାବାଦ:tu janu..wanu..jo kehta he..biwi teri hoon lagta he..sami...mor sami..ଗୀତଟି ବେଶ୍ ମନକୁ ଛୁଇଁ ଯାଉଥିବାବେଳେ ସାରା ଶରୀର ଯେମିତି ନାଚି ଉଠୁଛି । ହଁ କାହିଁକି ବା ନ ନାଚିବ, ଗୀତଟି ତ ଠିକ୍ ସେହିପରି ରଚନା ହୋଇଛି । କେବଳ ଭାରତ କାହିଁକି ପୁରା ବିଶ୍ବରେ ଗୀତଟି ବେଶ୍ ନାଁ କମାଇଛି । Pushpa:The Rise ଚଳଚ୍ଚିତ୍ରର ରଶ୍ମିକା ମନ୍ଦାନା ଓ ଆଲୁ ଅର୍ଜ୍ଜୁନ ଅଭିନୀତ ଏହି ଗୀତଟି ଏବେ ମାର୍କେଟ ହୁଲୁସ୍ତୁଲୁ କରୁଛି । କେବଳ sami ଗୀତ କାହିଁକି, ଏହି ଚଳଚ୍ଚିତ୍ରର 'Srivalli' ଗୀତଟି ମଧ୍ୟ ଖୁବ୍ ହାଇଲାଇଟ୍ ହୋଇପାରିଛି ।
ଗୀତ ଅପେକ୍ଷା ଆଲୁଙ୍କ ଅଭିନୟ ଷ୍ଟାଇଲ ସମସ୍ତଙ୍କ ମନକୁ ବେଶ୍ ଛୁଇଁ ପାରିଛି । ଗାଁ ଠୁ ସହର, ପିଲା ଠୁ ବୁଢା, ଖେଳାଳୀଙ୍କ ଠୁ ଅଭିନେତାଙ୍କ ପର୍ଯ୍ୟନ୍ତ , ସମସ୍ତେ ଏହି ଅଭିନୟ କରି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛନ୍ତି । ଯୁଆଡେ ଦେଖିବ 'Srivalli' ଗୀତର ଧୁନ୍, କିଏ ସୋସିଆଲ ମିଡିଆରେ ରିଲ୍ ପ୍ରସ୍ତୁତ କଲାଣି ତ ଆଉ କିଏ ଇନଷ୍ଟା ଷ୍ଟୋରୀ ନାଚି ନିଜ ଫଲୋଅର୍ସ ବଢାଇଲାଣି । ଏହା ବ୍ୟତୀତ ସାମନ୍ଥାଙ୍କ ଅଭିନୀତ Oo Antava, Oo Oo Antava ଡ୍ୟାନ୍ସ ଆଇଟମ୍ ମଧ୍ୟ ବେଷ୍ଟ ଆଇଟମ୍ ସଙ୍ଗ ସାବ୍ୟସ୍ତ ହୋଇ ପାରିଛି । ପାର୍ଟି ହେଉ କି ବରଯାତ୍ରୀ ଡ୍ୟାନ୍ସ ହେଉ, Oo Antava ଗୀତରେ ସମସ୍ତେ ଲଗାଉଛନ୍ତି ଠୁମ୍କା ।
17 ଡିସେମ୍ବର ୨୦୨୧ରେ ରିଲିଜ୍ ହୋଇଥିବା ଏହି ମୁଭିର ନିର୍ମାଣ ବଜେଟ୍ ଥିଲା ୨୦୦-250 କୋଟି । ବର୍ତ୍ତମାନ ପୁରା ବିଶ୍ବସ୍ତରୀୟରେ ଏହା ୩୫୦ କୋଟି ବ୍ୟବସାୟ କରି ରେକର୍ଡ ତୋଡ ପରଫାମନ୍ସ କରିଛି । ତେଲୁଗୁ ମୂଳ ଭାଷାରେ ଏହା ରିଲିଜ୍ ହୋଇଥିବାବେଳେ ମାଲାୟାଲମ, ତାମିଲ୍, ହିନ୍ଦୀ ଓ କନ୍ନଡ ଭାଷାରେ ଡବ୍ଡ ହୋଇଛି । କାହାଣୀ ଓ ନିର୍ଦ୍ଦେଶନା ଟଲିଉଡ୍ର ଟପ୍ ଡାଇରେକ୍ଟର ସୁକୁମାର ଦେଇଥିବାବେଳେ ଆଲୁ ଅର୍ଜ୍ଜୁନ, ନେସ୍ନାଲ କ୍ରସ୍ ରଶ୍ମିକା ମନ୍ଦାନା, ଫହାଦ ଫାସିଲ ଅଭିନୟ କରିଛନ୍ତି ।
ଆନ୍ଧ୍ରପ୍ରଦେଶର ମାରେଦୁମୁଲି ଜଙ୍ଗଲ (Maredumilli forest), ସିକନ୍ଦରାବାଦ, ରାମୋଜୀ ଫିଲ୍ମ ସିଟି ଆଦି ସ୍ଥାନରେ ଚଳଚ୍ଚିତ୍ରଟି ଚିତ୍ରଣ କରାଯାଇଛି । ଆନ୍ଧ୍ରପ୍ରଦେଶ ଶେଷାଚଲମର ନାଲି ଚନ୍ଦନ ବୃକ୍ଷର ଘନ ଅନ୍ଧକାର ଜଙ୍ଗଲର କାହାଣୀ । ଯେଉଁଥିରେ ଆଲୁ ଅର୍ଜ୍ଜୁନ ଏକ ଲରି ଡ୍ରାଇଭର ରୂପେ ଅଭିନୟ କରୁଛନ୍ତି, ଯିଏ ଚନ୍ଦନ କାଠକୁ ଜଙ୍ଗଲରୁ ବାହାରକୁ ନେଇଯାଇ ବିଭିନ୍ନ ସ୍ଥାନରେ ପହଞ୍ଚାଇଥାଏ । ଆକ୍ସନ, ଧମାକାଦାର ଡ୍ୟାନ୍ସ, ପ୍ରାକୃତିକ ପରିବେଶ, ଦାରିଦ୍ର୍ୟତାର ଦୃଶ୍ୟ ମୁଭିକୁ ବେଷ୍ଟ ମୁଭି କରିପାରିଛି ।